fbpx

ଭାରତରେ OTT ପ୍ଲାର୍ଟଫର୍ମରେ ଅପଲୋଡ୍ ହୋଇଥିବା ଭିଡିଓରୁ ଅଶ୍ଳୀଳ ସିନ୍‌ କାଟିବାକୁ ପଡ଼ିପାରେ, ପ୍ରସ୍ତାବ ଦେଲେ ସରକାର

ନୂଆଦିଲ୍ଲୀ: ଆଗାମୀ ଦିନରେ ଭାରତରେ ଓଟିଟି ପ୍ଲାଟଫର୍ମ ନେଟ୍‌ଫ୍ଲିକ୍ସ, ପ୍ରାଇମ୍ ଭିଡିଓ, ଡିଜନୀ ଏବଂ ଅନ୍ୟାନ୍ୟ ସଂସ୍ଥା ମାନଙ୍କୁ ଆଗାମୀ ଦିନରେ ସେମାନଙ୍କ ଆପ୍‌ରେ ଅପଲୋଡ୍ ହୋଇଥିବା ଭିଡିଓରେ ଥିବା ଅଶ୍ଳିଳ ସିନ୍‌କୁ କାଟିବାକୁ ପଡ଼ିପାରେ। ବିଜନେସ୍ ଟୁଡେ ରିପୋର୍ଟ ଅନୁଯାୟୀ ସରକାର ଓଟଟି କମ୍ପାନୀ ମାନଙ୍କୁ କହିଛନ୍ତି ଯେ, ସେମାନଙ୍କର କଣ୍ଟେଣ୍ଟ ଗୁଡ଼ିକୁ ଦର୍ଶକମାନଙ୍କ ଦେଖିବା ପାଇଁ ଉପଲବ୍ଧ କରିବା ପୁର୍ବରୁ ଅଶ୍ଳିଳତା ଏବଂ ହିଂସା ଭଳି ସିନ୍ ଗୁଡିକର ସମିକ୍ଷା ପାଇଁ ସ୍ୱତନ୍ତ୍ର ସେନ୍ସର ଦେଇ ଯିବାକୁ ପଡ଼ିବ।

ରିପୋର୍ଟ ମୁତାବକ, ଓଟିଟି ପ୍ଲାଟଫର୍ମ କିମ୍ବା ଷ୍ଟ୍ରିମିଂ କମ୍ପାନୀକୁ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟରେ ଜୁନ୍ ୨୦ ତାରିଖରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଓଟିଟି କମ୍ପାନୀ ଗୁଡ଼ିକୁ ଏହି ସମ୍ପର୍କରେ ପ୍ରସ୍ତାବ ଦିଆଯାଇଥିଲା । ଏହା ଉପରେ କମ୍ପାନୀ ଗୁଡ଼ିକ ଆପତ୍ତି ଉଠାଇଥିଲେ ଏବଂ ତତ୍କାଳ ଏନେଇ କୌଣସି ନିଆଯିଇପାରିବ ନାହିଁ ବୋଲି ଜଣାଇଥିଲେ । ଏହି ବୈଠକ ସମ୍ପର୍କରେ ଇଣ୍ଡଷ୍ଟ୍ରୀର ସୁତ୍ରରୁ ଏହି ସୂଚନା ମିଳିଛି ।

ବୈଠକରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଶ୍ଳିଳତା ଏବଂ ଅଶ୍ଳିଳ କଣ୍ଟେଣ୍ଟ ଉପରେ ଚିନ୍ତା ପ୍ରକାଶ କରିଥିଲେ । ଏହା ଉପରେ ସଂସଦୀୟ ସଦସ୍ୟ, ବରିଷ୍ଠ ନାଗରିକ ଏବଂ ସାଧାରଣ ଜନତାଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲା। ଭାରତରେ ନେଟ୍‌ଫ୍ଲିକ୍ସ, ପ୍ରାଇମ୍ ଭିଡିଓ ପ୍ଲାର୍ଟଫର୍ମ ବେଶ ଲୋକପ୍ରିୟ ଅଟନ୍ତି । ବଜାରରେ ଏହି ଦୁଇଙ୍କର ଦବଦବା ବେଶ ଅଧିକ ରହିଛି । ବର୍ତ୍ତମାନର ବଜାରକୁ ଦେଖିଲେ ୨୦୨୭ ସୁଦ୍ଧା ଭାରତର ଓଟିଟି ବଜାର ୭ ବିଲିୟନରେ ପହଞ୍ଚିବ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

ଏହି ବୈଠକରେ ଅଧିକାରୀମାନେ କଣ୍ଟେଣ୍ଟ ଗୁଡ଼ିକୁ ନିରପେକ୍ଷ ରିଭ୍ୟୁ କରିବା ପାଇଁ ଇଣ୍ଡଷ୍ଟ୍ରୀକୁ ସ୍ୱତନ୍ତ୍ର ପ୍ୟାନେଲ ଗଠନ କରିବାକୁ କହିଥିଲେ । ଫଳରେ ଅନୁପଯୁକ୍ତ ସିନ୍ ଗୁଡ଼ିକର ଚିହ୍ନଟ କରାଯାଇ ତାକୁ ବାଦ୍ ଦିଆଯାଇ ପାରିବ । ସରକାର ଏକ ସକ୍ରିୟ ଦୃଷ୍ଟି କୋଣର ଆବଶ୍ୟକତା ଉପରେ ଫୋକସ୍ କରିବାକୁ କହିଥିଲେ, ଯାହା ଦ୍ୱାରା ଆନ୍ତର୍ଜାତୀୟ ସ୍ତରରେ ଚାଲୁଥିବା କଣ୍ଟେଣ୍ଟ ଗୁଡ଼ିକ ମର୍ଯ୍ୟାଦାର ପାଳନ କରିବେ ।

 

Get real time updates directly on you device, subscribe now.