fbpx

ପ୍ରଚଣ୍ଡ ଖରାରେ ଛଟପଟ ହେବେ ଏହି ରାଜ୍ୟବାସୀ, ପାଣିପାଗକୁ ନେଇ IMD ଜାରି କଲା ଚେତାବନୀ

ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗ ଚେତାବନୀ ଜାରି କରି କହିଛି ଯେ, ଉତ୍ତର-ପଶ୍ଚିମ ଭାରତରେ ୯ ଜୁନ ରୁ ଗ୍ରୀଷ୍ମଲହରୀ ଦେଖିବାକୁ ମିଳିବ । ଏଥିସହ ପାଣିପାଗ ବିଭାଗ ପ୍ରବଳ ବର୍ଷା ଯୋଗୁଁ ଆଗାମୀ ୨୪ ଘଣ୍ଟାରେ ଉପକୂଳବର୍ତ୍ତୀ ଅଞ୍ଚଳ କେରଳ, କୋଙ୍କଣ ଏବଂ ଗୋଆର କିଛି ଅଞ୍ଚଳରେ ଅଚାନକ ବନ୍ୟାର ମଧ୍ୟ ଚେତାବନୀ ଜାରି କରିଛି । ଆଗାମୀ ୫ଦିନରେ ପୂର୍ବ ଏବଂ ପୂର୍ବ-ମଧ୍ୟ ଭାରତ, ଉତ୍ତର ପ୍ରଦେଶ ଏବଂ ଉତ୍ତରପୂର୍ବ ମଧ୍ୟପ୍ରଦେଶର କିଛି ଅଞ୍ଚଳରେ ଗ୍ରୀଷ୍ମ ଲହରୀ ଜାରି ରହିବାର ସମ୍ଭାବନା ରହିଛି ।

ପାଣିପାଗ ବିଭାଗ କହିଛି ଯେ, ଆଗମୀ ପାଞ୍ଚ ଦିନରେ ମହାରାଷ୍ଟ୍ର ଏବଂ ଉପକୂଳବର୍ତ୍ତୀ କର୍ଣ୍ଣାଟକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୮ରୁ ୧୧ ଜୁନ ମଧ୍ୟରେ ମହାରାଷ୍ଟ୍ରରେ ଏବଂ ୮ ଓ୯ ତାରିଖରେ କର୍ଣ୍ଣାଟକର ଭିନ୍ନ ଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଇଏମଡି ଶୁକ୍ରବାର ଦିନ ଚେତାବନୀ ଜାରି କରି କହିଛି ଯେ, ୨୪ ଘଣ୍ଟାରେ ଉପକୂଳବର୍ତ୍ତୀ ଅଞ୍ଚଳ କର୍ଣ୍ଣାଟକ, କେରଳ, କୋଙ୍କଣ ଏବଂ ଗୋଆରେ ଅଚାନକ ବନ୍ୟା ଆସିବା ନେଇ ଚେତାବନୀ ଜାରି କରିଛି ।

ଉତ୍ତର ପ୍ରଦେଶର ପୂର୍ବ ଭାଗ, ମଧ୍ୟପ୍ରଦେଶର ଉତ୍ତର ଭାଗ ଏବଂ ପଶ୍ଚିମ ଭାଗର ଅନେକ ଅଞ୍ଚଳରେ ଗ୍ରୀଷ୍ମ ଲହରୀ ଜାରି ରହିବ । ଏଥିସହ ହରିୟାଣା, ଦିଲ୍ଲୀ, ବିହାର ଏବଂ ଗୁଜରାଟର ଭିନ୍ନ-ଭିନ୍ନ ଅଂଶରେ ୪୫ ଡିଗ୍ରୀ ତାପମାତ୍ରା ରହିବ । ଏହି ଅଞ୍ଚଳରେ ୨ରୁ ୪ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇପାରେ । ସେହିଭଳି ବିହାର ଭିନ୍ନ ଭିନ୍ନ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ।

Get real time updates directly on you device, subscribe now.