Facebook ବଦଳାଇଲା ପଲିସି, ଏଣିକି ଲାଇଭ୍ ଭିଡିଓ ଏତିକି ଦିନ ପରେ ହୋଇଯିବ ଡିଲିଟ୍‌

ଫେସବୁକରେ ପରିବର୍ତ୍ତନ ହେଲା ପଲିସି। ବର୍ତ୍ତମାନ ୟୁଜର୍ସଙ୍କ ଆକାଉଣ୍ଟରୁ ଫେସବୁକ ଲାଇଭ୍ ଭିଡିଓ କିଛିଦିନ ପରେ ଆପେ ଆପେ ହୋଇଯିବ ଡିଲିଟ୍‌।

ନୂଆଦିଲ୍ଲୀ: ଫେସବୁକ ଲାଇଭ୍ ଭିଡିଓ ଡାଉନଲୋଡ କରିବାର ପଲିସିକୁ ପରିବର୍ତ୍ତନ କରିଛି। ୟୁଜର୍ସଙ୍କ ଲାଇଭ୍ ଭିଡିଓ ବର୍ତ୍ତମାନ କିଛି ଦିନ ପରେ ଆପେ ଆପେ ଡିଲିଟ୍ ହୋଇଯିବ। ମେଟା ନିଜ ବ୍ଲଗ୍ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଜାରି କରିଛି।

ମେଟାର ନୂଆ ପଲିସି ମୁତାବକ, ଫେସବୁକ ପ୍ରୋଫାଇଲ ବା ପେଜ ୟୁଜର୍ସଙ୍କ ଲାଇଭ ଭିଡିଓକୁ ଅଟୋମେଟିକାଲି ଡିଲିଟ୍ କରିଦିଆଯିବ। ଫେସବୁକରେ ଲାଇଭ୍ ଭିଡିଓ ଫିଚରକୁ ଫେବୃଆରୀ ୨୦୧୬ରେ ସାମିଲ କରାଯାଇଛି। ଫେସବୁକ ମେନସନ ଆପରେ ଲାଇଭ ଭିଡିଓ ଫିଚରକୁ ଅଗଷ୍ଟ ୨୦୧୫ରେ ଯୋଡ଼ା ଯାଇଥିଲା। ପରେ ଏହାକୁ ଫେସବୁକ ଲାଇଭର ନାମ ଦିଆଯାଇଥିଲା।

ଏତିକି ଦିନ ପରେ କଟିଯିବ ଲାଇଭ ଭିଡିଓ: ଫେସବୁକ ଲାଇଭ ଭିଡିଓ ଫିଚରକୁ ୟୁଜର୍ସ ଖୁବ ପସନ୍ଦ କରନ୍ତି। ଏହି ଫିଚର ମାଧ୍ୟମରେ ୟୁଜର୍ସ ନିଜର ଏକ୍ସପେରିଏନ୍ସ ଫେସବୁକ ପ୍ଲାଟଫର୍ମରେ ଭିଡିଓ ମାଧ୍ୟମରେ ସେୟାର କରିପାରନ୍ତି।

ଏହି ଲାଇଭ୍‌ଷ୍ଟ୍ରିମ ଫିଚର ଆସିବା ପରେ ୟୁଜର୍ସ ନିଜ ଫଲୋର୍ସ ଏବଂ ନିଜ ଲାଇଭ୍ ଭିଡିଓ ସେୟାର କରିପାରିବେ। ଫେସବୁକ ନିଜ ବ୍ଲଗ୍ ପୋଷ୍ଟରେ କହିଛି ଯେ, ଆଜି ଅର୍ଥାତ ୧୯ ଫେବୃଆରୀ ୨୦୨୫ରେ ୟୁଜର୍ସଙ୍କ ପ୍ରୋଫାଇଲ ବା ପେଜରୁ ଲାଇଭଷ୍ଟ୍ରିମ କରାଯାଇଥିବା ଭିଡିଓ ୩୦ ଦିନ ପରେ ଆପେ ଆପେ ଡିଲିଟ ହୋଇଯିବ। ୟୁଜର୍ସ ଏହି ଭିଡିଓକୁ ଏହି ସମୟରେ ଡାଉନଲୋଡ କରିପାରିବେ।

ଲାଇଭ୍ ଭିଡିଓକୁ କରିପାରିବେ ଡାଉନଲୋଡ: ପ୍ରୋଫାଇଲ ବା ପେଜରୁ ଡିଲିଟ କରିବା ପରେ ୟୁଜର୍ସ ଏହି ଭିଡିଓକୁ ୯୦ ଦିନ ମଧ୍ୟରେ ଡାଉନଲୋଡ କରିପାରିବେ। ଏହି ଭିଡିଓ ଆର୍କାଇଭ ସେକ୍ସନକୁ ଚାଲିଯିବ, ଯାହାପରେ ୟୁଜର୍ସଙ୍କୁ ଇ-ମେଲ ଜରିଆରେ ଏହି ଭିଡିଓର ଡାଉନଲୋଡ କରିବା ଲାଗି ନୋଟିଫାଏ କରାଯିବ। ଏଥିସହ ଫେସବୁକ ଲାଇଭ୍ ଭିଡିଓକୁ ଡାଉନଲୋଡ କରିବା ପାଇଁ ନୂଆ ଟୁଲ ମଧ୍ୟ ଲଞ୍ଚ କରାଯାଇଛି।