fbpx

ନକଲି ଡାକ୍ତରଙ୍କ ଗୁମର ଖୋଲିଲେ ପରିଚାରିକା: କହିଲେ- ‘କାମ କରିବା ବେଳେ ୬ ମହିଳାଙ୍କୁ ….’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନକଲି ଡାକ୍ତ ରମେଶ ସ୍ୱାଇଁଙ୍କ ବାହାଘର ଓ ଟଙ୍କା ଲୁଟ ଘଟଣାକୁ ନେଇ ଯେତେ ଖୋଳତାଡ଼ ଚାଲୁଛି, ସେତେ ଗୁମର ଖୋଲୁଛି । ଏହାରି ମଧ୍ୟରେ ନକଲି ଡାକ୍ତର ରମେଶଙ୍କ ଗୁମର ଖୋଲିଛନ୍ତି ପରିଚାରିକା । ସେ କହିଛନ୍ତିି ଯେ, ‘୨ ବର୍ଷ ପରିଚାରିକା ଭାବେ ରମେଶଙ୍କ ପାଖରେ ରହି କାମ କରିଥିଲି । କାମ କରିବା ସମୟରେ ରମେଶ ୬ ମହିଳାଙ୍କୁ ବାହା ହୋଇଥିଲେ । କିଛି ମହିଳାଙ୍କୁ ରମେଶଙ୍କ ବାବଦରେ କହିବାରୁ ରମେଶ ମୋତେ ବାହାର କରିଦେଲେ ।’

ତେବେ ଆଜି ରମେଶର ଘରୋଇ ସହାୟିକା ଠାବ କରିଥିଲା ପୋଲିସ । ରମେଶର ଘରୋଇ ସହାୟିକା ଗୀତାକୁ ଠାବ କରିବା ପରେ ରମେଶର କିଛି ଗୁମର ସାମ୍ନାକୁ ଆସିଥିଲା । ସୂଚନା ଅନୁସାରେ, ଗୀତା ରମେଶ ପାଖରେ ଦୀର୍ଘ ବର୍ଷ ଧରି କାମ କରୁଥିଲା । ଅନ୍ୟପଟେ ଗୀତାଠାରୁ ରମେଶ ସମ୍ବନ୍ଧୀୟ ତଥ୍ୟ ଖୋଜୁଛି ପୋଲିସ ।

ସୂଚନାଯୋଗ୍ୟ, ୧୮ ମହିଳାଙ୍କୁ ବିବାହ, ଏମ୍‌ବିବିଏସ୍ ଆଡମିସନ୍ ନାଁରେ ଠକେଇ, ଚାକିରି ନାଁରେ ଚୂନ, ପୁଳାପୁଳା ବ୍ୟବସାୟୀଙ୍କୁ ଠକିବା ମାମଲାରେ ତିନିଟି ପର୍ଯ୍ୟାୟରେ ୧୩ଦିନ ରିମାଣ୍ଡରେ ଆଣି ନକଲି ଡାକ୍ତର ରମେଶ ସ୍ବାଇଁଠାରୁ ତଥ୍ୟ, ପ୍ରମାଣ କାଢ଼ିବାରେ ବିଫଳ ହୋଇଥିବା ପୁଲିସ ମିଛଧରା ପରୀକ୍ଷା ପାଇଁ ଏସ୍‌ଏଫ୍‌ଏସ୍‌ଏଲକୁ ନେଇଥିଲା। କୋର୍ଟରୁ ଅନୁମତି ମିଳିବା ପରେ ଆଜି ପୁଲିସ ରାଜ୍ୟ ଫୋରେନସିକ୍ ଲାବରେଟୋରିରେ ନକଲି ଡାକ୍ତର ରମେଶ ସ୍ୱାଇଁର ଲାଏ ଡିଟେକ୍ସନ ଟେଷ୍ଟ କରାଇଥିଲା। ଅନ୍ୟପଟେ ରମେଶର ଭଉଣୀ ରଶ୍ମିତା ଭାଇର କ୍ରାଇମ୍‌ କନେକ୍ସନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଟଙ୍କା, ସୁନା, ଧନ ସମ୍ପତ୍ତି ଲୁଟିବା ଚକ୍କରରେ ଏକାଧିକ ମହିଳାଙ୍କୁ ବିବାହ ଷଡ଼ଯନ୍ତ୍ରରେ ସଂଶ୍ଳିଷ୍ଟ ଥିଲା। ଭାଇଙ୍କୁ କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ଡାକ୍ତର ବୋଲି ଦର୍ଶାଇ ମହିଳାଙ୍କୁ ପରିଚିତ କରାଉଥିଲା। ଅଭିଯୁକ୍ତ ରମେଶ ସ୍ୱାଇଁଙ୍କ ସହ ତାଙ୍କ ଭଉଣୀଙ୍କ ଭିଡିଓ କନଫରେନ୍ସିଂରୁ ଏହାର ପ୍ରମାଣ ମିଳିଛି ।

Get real time updates directly on you device, subscribe now.