ଆଜି ଫାଲଗୁନ ମାସିକ ଦୁର୍ଗାଷ୍ଟମୀ, ମାଆ ଭଗବତୀଙ୍କ ପାଖେ ଲଗାନ୍ତୁ ଏହି ଭୋଗ, ପୂର୍ଣ୍ଣ ହେବ ସମସ୍ତ ମନୋସ୍କାମନା
ମାସିକ ଦୁର୍ଗାଷ୍ଟମୀ ଦିନ ଦେବୀ ଦୁର୍ଗାଙ୍କ ପାଖେ ଏହି ଭୋଗ ଲଗାନ୍ତୁ, ଅଟକିଯାଇଥିବା କାର୍ଯ୍ୟ ହେବ ସିଦ୍ଧି
ଓଡ଼ିଶା ଭାସ୍କର: ପ୍ରତ୍ୟେକ ମାସର ଶୁକ୍ଳ ପକ୍ଷ ଅଷ୍ଟମୀ ତିଥିକୁ ଦୁର୍ଗାଷ୍ଟମୀର ବ୍ରତ କରାଯାଇଥାଏ। ଏହି ଦିନ ମାଆଙ୍କ ଉପାସନା କଲେ ଭକ୍ତଙ୍କ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ।
ତେବେ ଆଜି ଫାଲଗୁନ ମାସର ଦୁର୍ଗାଷ୍ଟମୀ ବ୍ରତ। ଆସନ୍ତୁ ଜାଣିବା ଦୁର୍ଗାଷ୍ଟମୀ ଦିନ ମାଆଙ୍କୁ କେଉଁ ଭୋଗ ଲଗାଇଲେ ସେ ପ୍ରସନ୍ନ ହୋଇଥାଆନ୍ତି।
ହଲୁଆ: ଦେବୀ ମାଆଙ୍କ ପାଖେ ତାଙ୍କର ପ୍ରିୟ ହାଲୁଆକୁ ଦୁର୍ଗାଷ୍ଟମୀ ଦିନ ପୂଜା କରନ୍ତୁ। ଏହା ଅଟା ଏବଂ ସୁଜିରେ ଆପଣ ବନାଇ ପାରିବେ।
ଖିରୀ: ଦୁର୍ଗା ମାଆଙ୍କୁ ଖିରୀର ଭୋଗ ଲଗାନ୍ତୁ। ଏହା ଲାଭଦାୟକ ବୋଲି କୁହାଯାଇଥାଏ। ଖିରୀର ଭୋଗ ଲଗାଇବା ଦ୍ୱାରା ମାଆ ଦୁର୍ଗା ଭକ୍ତଙ୍କ ଉପରେ ପ୍ରସନ୍ନ ହୋଇଥାଆନ୍ତି। ଏଥିସହ ସେମାନଙ୍କର ସମସ୍ତ ମନୋସ୍କାମନା ପୂର୍ଣ୍ଣ କରିଥାଆନ୍ତି।
ଫଳ: ମାଆ ଦୁର୍ଗାଙ୍କୁ ଫଳର ଭୋଗ ମଧ୍ୟ ଲଗାଇପାରିବେ। ମାସିକ ଦୁର୍ଗାଷ୍ଟମୀ ଦିନ ମାତା ରାଣୀଙ୍କୁ ଫଳରେ ସେଓ, ଅଙ୍ଗୁର, ଡାଳିମ୍ବ ଆଦି ଅର୍ପଣ କରନ୍ତୁ।
ମିଠା: ଫାଲଗୁନ ଦୁର୍ଗାଷ୍ଟମୀ ଦିନ ଦେବୀ ମାଆଙ୍କୁ ମିଠା ଭୋଗ ଲଗାନ୍ତୁ। ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ମାଆ ଦୁର୍ଗାଙ୍କୁ କ୍ଷୀର ବା ଖୁଆରେ ପ୍ରସ୍ତୁତ ମିଠା ଚଢାନ୍ତୁ। ଏହା ବ୍ୟତୀତ ମାଲପୁଆ, ନଡିଆର ବର୍ଫୀ ମଧ୍ୟ ମାଆଙ୍କ ପାଖେ ଭୋଗ ଲଗାନ୍ତୁ।