fbpx

କିଡନୀ ଫେଲ୍ ହେବାରୁ ଅଭିନେତା ରସିବ ଦବେଙ୍କ ପରଲୋକ: ମହାଭାରତର ‘ନନ୍ଦ’ ଚରିତ୍ରରୁ ଜିତିଥିଲେ ହୃଦୟ

ମୁମ୍ବାଇ: ଟିଭି ଏବଂ ଫିଲ୍ମର ଜଣାଶୁଣା ଅଭିନେତା ରସିକ ଦବେଙ୍କର ଶୁକ୍ରବାର ରାତି ୮ ଟାରେ ଦେହାନ୍ତ ହୋଇଛି । ମୁମ୍ବାଇର ଏକ ହସ୍ପିଟାଲରେ ରସିକ ଦବେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ରସିକ ଦବେଙ୍କୁ ‘ମହାଭାରତ’ର ନନ୍ଦ ଚରିତ୍ରକୁ ନେଇ ବେଶ ଲୋକପ୍ରିୟତା ହାସଲ କରିଥିଲେ । ଏହା ବ୍ୟତୀତ ସେ ଅନେକ ଗୁଜୁରାଟୀ ନାଟକ, ଗୁଜୁରାଟୀ ଫିଲ୍ମ ଏବଂ ଅନେକ ସିରିଏଲରେ ମଧ୍ୟ କାମ କରିଥିଲେ ।

ଏସବୁ ବ୍ୟତୀତ ସେ ପ୍ରସିଦ୍ଧ ଅଭିନେତ୍ରୀ କେତକୀ ଦବେଙ୍କ ସ୍ୱାମୀ ଥିଲେ । ସେ ପ୍ରାୟ ଦୁଇ ବର୍ଷ ଧରି ଡାଏଲିସିସରେ ପୀଡିତ ଥିଲେ ଏବଂ ତାଙ୍କୁ ସପ୍ତାହରେ ତିନିଥର ଡାକ୍ତରଖାନା ଯିବାକୁ ପଡୁଥିଲା । ରସିକ ଦବେଙ୍କର ଉଭୟ କିଡନୀ ନଷ୍ଟ ହୋଇଯାଇଥିଲା । ସେ ଚିକିତ୍ସା ପାଇଁ ସପ୍ତାହରେ ତିନିଥର ଡାକ୍ତରଖାନା ଯାଉଥିଲେ, କିନ୍ତୁ ଗତ କିଛି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତ୍ୟନ୍ତ ଖରାପ ଥିଲା ।

ସେ ମୁମ୍ବାଇର ଏକ ଡାକ୍ତରଖାନାରୁ ଚିକିତ୍ସିତ ହେଉଥିଲେ । ଜେଡି ମଜେଠିଆ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ଦବେ ବିଗତ କିଛି ବର୍ଷ ହେଲା ଡାଇଲିସିସରେ ଥିଲେ । ୧୫ ଦିନ ପୂର୍ବରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କେତକୀ ଓ ରସିକଙ୍କ ୨ ସନ୍ତାନ ହେଉଛନ୍ତି ଋଦ୍ଧି ଓ ଅଭିଷେକ ।

ରସିକ୍ ଦବେ କେବଳ ଅନେକ ଗୁଜୁରାଟୀ ନାଟକ ଏବଂ ଚଳଚ୍ଚିତ୍ରରେ କାମ କରିନଥିଲେ, ବରଂ ସେ ଅନେକ ଗୁଜୁରାଟୀ ନାଟକର ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ । ରସିକ୍ ଦବେଙ୍କୁ ଶେଷ ଥର ପାଇଁ କଲର୍ସ ଟିଭି ଚ୍ୟାନେଲ୍ ଲୋକପ୍ରିୟ ସିରିଏଲ୍ ସଂସ୍କାର ଧରୋହର ଅପନୋଁ କି ରେ ଦେଖିବାକୁ ମିଳିଥିଲା । ଏହା ସହିତ ସିଆଇଟି, କୃଷ୍ଣା ଭଳି ଲୋକପ୍ରିୟ ଟିଭି ଶୋ’ର ଅଂଶବିଶେଷ ଥିଲେ । ସେ ଅଭିନେତ୍ରୀ କେତକୀ ଦେବୀଙ୍କୁ ବିବାହ କରିଥିଲେ ।

କେତକୀ ଓ ରସିକ ରିୟଲିଟି ଶୋ’ ନଚ ବଲିଏରେ ମଧ୍ୟ ଦେଖାଦେଇଥିଲେ ଏବଂ ଅନେକ ଟିଭି ଶୋ’ର ମୁହଁ ପାଲଟିଥିଲେ । ନିର୍ମାତା ଜେଡି ମଜିଠିଆ ସାମାଜିକ ଗଣମାଧ୍ୟମ ଜରିଆରେ ଦବେଙ୍କ ପରଲୋକ ନେଇ ସ୍ପଷ୍ଟ କରିଛନ୍ତି । ଜେଡି ଅନେକ ନାଟକରେ ଦବେଙ୍କ ସହିତ କାମ କରିଛନ୍ତି ।

Get real time updates directly on you device, subscribe now.