ପ୍ରସିଦ୍ଧ ଅଭିନେତା ଶିହାନ ହୁସେନିଙ୍କ ଦେହାନ୍ତ, କର୍କଟ ରୋଗରେ ଥିଲେ ଆକ୍ରାନ୍ତ

ନୂଆଦିଲ୍ଲୀ: ସାଉଥ ସିନେମାର ବରିଷ୍ଠ ଅଭିନେତା ଶିହାନ ହୁସେନି ଆଉ ଏହି ଦୁନିଆରେ ନାହାନ୍ତି । ଚେନ୍ନାଇର ଏକ ହସ୍ପିଟାଲରେ ଚିକିତ୍ସା ସମୟରେ ଶିହାନ ହୁସେନିଙ୍କ ମୃତ୍ୟୁ ହୋଇଛି ।

ଅଭିନେତା ଶିହାନ ହୁସେନି ରକ୍ତ କର୍କଟ ରୋଗରେ ପୀଡିତ ଥିଲେ । ତେବେ ତାଙ୍କର ଦେହାନ୍ତ ହୋଇଥିବା ନେଇ ପରିବାର ଲୋକଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ତାଙ୍କ ପରିବାର ସଦସ୍ୟମାନେ ଫେସବୁକରେ ସୂଚନା ଦେଇଛନ୍ତି ଯେ ସନ୍ଧ୍ୟା ପର୍ଯ୍ୟନ୍ତ ତାଙ୍କ ପାର୍ଥିବ ଶରୀରକୁ ତାଙ୍କ ବେସାନ୍ତ ନଗର ବାସଭବନରେ ରଖାଯିବ ।

ଏହି ଅଭିନେତା 60 ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସନ୍ଧ୍ୟା ୭ଟା ପରେ ତାଙ୍କ ମୃତଦେହକୁ ଦାହ ସଂସ୍କାର ପାଇଁ ନିଆଯିବ ।

ତାଙ୍କର କର୍କଟ ରୋଗର ଚିକିତ୍ସା ବହୁତ ଦିନ ଧରି ଚାଲିଥିଲା। ତାଙ୍କ ବିୟୋଗରେ ପରିବାର ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସେ ଅନେକ କିମ୍ବଦନ୍ତୀ ସୁପରଷ୍ଟାରଙ୍କୁ ମାର୍ଶାଲ ଆର୍ଟରେ ତାଲିମ ଦେଇଥିଲେ ।  ଏହି ତାରକାମାନଙ୍କ ମଧ୍ୟରେ ପବନ କଲ୍ୟାଣ ଏବଂ ଥଲାପତି ବିଜୟ ଭଳି ବଡ଼ ନାମ ଅନ୍ତର୍ଭୁକ୍ତ ।

ସେ ଅନେକ ଚଳଚ୍ଚିତ୍ରରେ ନିଜର ଚମତ୍କାର ଅଭିନୟ ମାଧ୍ୟମରେ ଏକ ଛାପ ଛାଡିଥିଲେ । ତାଙ୍କ ନାମରେ ‘ଭେଲାଇକରଣ’, ‘ମୁଙ୍ଗିଲ କୋଟ୍ଟାଇ’ ଏବଂ ‘ଉନ୍ନାଇ ମୋତି କୁରୁମଲ୍ଲୀ’ ଭଳି ସେ ଅନେକ ଅଭିନୟ କରିଛନ୍ତି । ସେ ଅନେକ ହଲିଉଡ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । ତେବେ ତାଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି ।