fbpx

(Video) ଭାରତ-ପାକିସ୍ତାନ ମ୍ୟାଚ ବେଳେ ଗୋଟିଏ ସ୍ୱରରେ ‘ଜୟ-ଶ୍ରୀ-ରାମ’ ଗାଇଲେ ପ୍ରଶଂସକ, ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅଭୁଲା ମୁହୂର୍ତ୍ତ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମ୍ୟାଚକୁ ସାରା ବିଶ୍ୱର କ୍ରୀଡ଼ାପ୍ରେମୀ ସର୍ବଦା ଉତ୍ସୁକତାର ସହିତ ଅପେକ୍ଷା କରି ରହିଥାନ୍ତି । ଏହା ମଧ୍ୟରେ ଭାରତରେ ଚାଲିଥିବା ଦିନିକିଆ ବିଶ୍ୱକପରେ ଏହି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପରସ୍ପରକୁ ଭେଟିଥିଲେ । ଉକ୍ତ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୧୯୧ ରନ୍ ସଂଗ୍ରହ କରିଥିବା ବେଳେ ଭାରତ ୭ ୱିକେଟରେ ବିଜୟୀ ହୋଇଥିଲା ।

ଭାରତ-ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଏହି ହାଇଭୋଲଟେଜ ମ୍ୟାଚ ପାଇଁ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ ଦର୍ଶକରେ ପରିପୂର୍ଣ୍ଣ ଥିଲା । ଡିଜେ ସାଙ୍ଗକୁ ‘ଆଦିପୁରୁଷ’ ଚଳଚ୍ଚିତ୍ରର ‘ଜୟ ଶ୍ରୀ ରାମ’ ଗୀତର ଧ୍ୱନୀ ସାରା ଷ୍ଟାଡିୟମରେ ଗୁଞ୍ଜରିତ ହୋଇଥିଲା । ଷ୍ଟାଡିୟମରେ ଉପସ୍ଥିତ ଥିବା ସମସ୍ତ ପ୍ରଶଂସକ ଏହି ଆଇକନିକ ଗୀତକୁ ଗାଇଥିଲେ, ଯାହାକି ଏକ ଅଭୁଲା ମୁହୂର୍ତ୍ତ ଥିଲା ।

ପାଖାପାଖି ୧ ଲକ୍ଷରୁ ଅଧିକ ଦର୍ଶକ ‘ଜୟ ଶ୍ରୀ ରାମ’ ଗୀତକୁ ଉଚ୍ଚ ସ୍ୱରରେ ଗାଇଥିଲେ । ସେହି ସମୟରେ ଷ୍ଟାଡିୟମରେ ଏକ ଅଦ୍ଭୂତପୂର୍ବ ଦୃଶ୍ୟ ଦେଖିବାକୁ ମିଳିଥିଲା । ତା’ର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଥିଲା । ହଜାର ହଜାର ଫ୍ୟାନ୍ସ ଏକସଙ୍ଗେ ‘ଜୟ ଶ୍ରୀ ରାମ’ ଗାଇବା ସତେ ଯେମିତି ଏକ ନିଆରା ପରିବେଶ ସୃଷ୍ଟି କରିଥିଲା ।

ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ । ପାକିସ୍ତାନୀ ଓପନର ଇମା୍ୱ-ଉଲ-ହକ ଓ ଅବଦୁଲ୍ଲା ଶାଫିକଙ୍କ ପ୍ରାରମ୍ଭିକ ବ୍ୟାଟିଂ ଠିକଠାକ ରହିଥିଲା । ଦୁଇ ଓପନର ୪୧ ରନର ପାର୍ଟନରଶିପ କରିଥିବା ବେଳେ ଶୋଫିକ (୨୦)ଙ୍କୁ ମହମ୍ମଦ ସିରାଜ ଆଉଟ୍ କରିଦେଇଥିଲେ । ଏହାପରେ ଇମାମଙ୍କୁ ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ୍ କରିଦେଇଥିଲେ । ବାବର ଆଜମ (୫୦) ଓ ମହମ୍ମଦ ରିଜୱାନ (୪୯) କ୍ରିଜରେ ରହିଥିବା ବେଳେ ପାକିସ୍ତାନର ବ୍ୟାଟିଂ ନିୟନ୍ତ୍ରଣରେ ରହିଥିଲା । ମାତ୍ର ଏହି ଦୁଇ ବ୍ୟାଟ୍ସମ୍ୟାନ ଆଉଟ୍ ହେବା ପେର ପାକିସ୍ତାନର ଜଣଙ୍କ ପରେ ଜଣେ ବ୍ୟାଟ୍ସମ୍ୟାନ ପାଭିଲିୟନ ଫେରିଥିଲେ । ଭାରତ ପକ୍ଷରୁ ଯଶପ୍ରୀତ ବୁମ୍ରା, ସିରାଜ, ପାଣ୍ଡ୍ୟା, କୁଲଦୀପ ଯାଦବ ଓ ରବିନ୍ଦ୍ର ଜାଡେଜା ପ୍ରତ୍ୟେକେ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

Get real time updates directly on you device, subscribe now.