fbpx

କୃଷକଙ୍କ ପାଇଁ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା, ଏଣିକି ଧାନଚାଷୀଙ୍କୁ ଏକର ପିଛା ମିଳିବ ୧୫୦୦ ଟଙ୍କାର ସହାୟତା ରାଶି, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ବର୍ତ୍ତମାନ ରବି ସିଜିନ ସମାପ୍ତ ହୋଇଯାଇଥିବା ବେଳେ କୃଷକମାନେ ଫରିଫ ଫସଲ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି । ତେବେ ଏହି ପରିପ୍ରେକ୍ଷୀରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ କିଷାନଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଧାନ ଚାରାରୋପଣ କରିବା ପରିବର୍ତ୍ତେ ବୀଜରୋପଣ କରିବା ନେଇ ସରକାର ପ୍ରୋତ୍ସାହିତ କରୁଛନ୍ତି । ସିଧାସଳଖ ଧାନ ବୀଜ ରୋପଣ କରୁଥିବା କୃଷକଙ୍କୁ ଆର୍ଥିକ ରୂପରେ ସହାୟତା ଦିଆଯିବା ନେଇ ସରକାର ପଦକ୍ଷେପ ନେଇଛନ୍ତି ।

ଧାନ ରୋପଣ କରିବା ଦ୍ୱାରା କ୍ଷେତ ପାଇଁ ଅଧିକ ଜଳର ଆବଶ୍ୟକତା ରହିଥାଏ । ଅପର୍ଯ୍ୟାପ୍ତ ମୌସୁମୀ ବର୍ଷା ଓ ଜଳସ୍ତର ହ୍ରାସକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଆଗାମୀ ଖରିଫ ସିଜିନଠାରୁ ଯେଉଁ କୃଷକମାନେ ସିଧାସଳଖ ଧାନ ମଞ୍ଜି ରୋପଣ କରିବେ ସେମାନଙ୍କୁ ଏକର ପିଛା ୧୫୦୦ ଟଙ୍କା ସହାୟତା ମିଳିବ ।

ତେବେ ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଧାନର ରୋପଣ ହ୍ରାସ ଘଟିବ । ଧାନ ରୋପଣ ସାଧାରଣ ଭାବେ ପରିବେଶ ପାଇଁ ହାନୀକାରକ ହେବା ସହ ଏହା ଅଧିକ ଜଳଧାରଣ କରିଥାଏ । ଆସନ୍ତା ୨୦ ତାରିଖଠାରୁ ସିଧାସଳଖ ବୀଜ ରୋପଣ କରିବାକୁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି । ଗତବର୍ଷ ରାଜ୍ୟର କିଛି ଜିଲ୍ଲାରେ ଭୂଜଳ ସ୍ତର ହ୍ରାସ ଘଟିଥିଲା । ଏହାକୁ ନେଇ ପରିବେଶ ବିଶେଷଜ୍ଞମାନେ ଚେତାବନୀ ଦେଇଥିଲେ । ରାଜ୍ୟର ୧୫୦ଟି ବ୍ଲକରୁ ୧୧୭ଟି ବ୍ଲକକୁ ଅତିଶୋଷିତ ବର୍ଗ ଭାବେ ଚିହ୍ନଟ କରାଯାଇଥିଲା ।

Get real time updates directly on you device, subscribe now.