ବ୍ୟବସାୟୀଙ୍କୁ ମରଣାତ୍ମକ ଆକ୍ରମଣ, ଗୋଡ ହାତ ଭାଙ୍ଗି ଫୋପାଡ଼ି ଦେଲେ ଦୁର୍ବୁତ୍ତ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ରସୁଲଗଡ଼ ଶିଳ୍ପାଞ୍ଚଳରେ ବ୍ୟବସାୟୀଙ୍କୁ ମରଣାତ୍ମକ ଆକ୍ରମଣ କଲେ 3 ଦୁର୍ବୁତ୍ତ। ବ୍ୟବସାୟୀଙ୍କ ନାଁ ତପନ ସ୍ୱାଇଁ ହୋଇଥିବାବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ତପନ ସ୍ୱାଇଁ ଯେତେବେଳେ ଅଫିସରୁ ଘରକୁ ଫେରୁଥିଲେ 3 ଦୁର୍ବୁତ୍ତ ଆସି ତାଙ୍କୁ ମାଡ ମାରିବା ସହ ତାଙ୍କ ହାତ ଗୋଡ ଭାଙ୍ଗିଦେଇଥିଲେ।

କଣ ପାଇଁ ଆକ୍ରମଣ ହେଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବାବେଳେ ପୋଲିସ ଏହାର ତଦନ୍ତ କରୁଛି।