fbpx

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରାକ୍ଟର-କାର୍ ଧକ୍କାରେ ୪ ଜଣଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ

Advertisement

ଭବାନୀପାଟଣା: ସକାଳୁ ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ଭବାନୀପାଟଣା ରାସ୍ତାର ଲଛିପୁର ଛକ ନିକଟରେ ଏହି ଦୁର୍ଘଟରାରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ଏକ ଟ୍ରାକ୍ଟରକୁ ପଛପଟୁ ଏକକାର୍ ଧକ୍କା ଦେବା ଫଳରେ କାରରେ ଥିବା ୪ ଜଣ ପ୍ରାଣ ହରାଇଛନ୍ତି । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ୪ ଜଣ ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ସେପଟେ ଦୁର୍ଘଟଣା ଘଟାଇ ଟ୍ରାକ୍ଟର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ରହିଛି । ତେବେ ଦୁର୍ଘଟଣାସ୍ଥଳରେ ଖଡ଼ିଆଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.