fbpx

ଶଶୂର କଲା ଦୁଷ୍କର୍ମ: ସ୍ୱାମୀ କହିଲା-‘ଯେମିତି ଚାଲିଛି ଚାଲିବାକୁ ଦିଅ’, ଆଉ ତା’ପରେ…

ବିଳାସପୁର: ବୋହୂ ସହ ଦୁଷ୍କର୍ମ କଲା ଶଶୂର । ଏଭଳି ଏକ ଲଜ୍ଜାଜନକ ଘଟଣା ଛତିଶଗଡ଼ ବିଳାସପୁର ସିପତ ଅଞ୍ଚଳରୁ ସାମ୍ନାକୁ ଆସିଛି, ଯେଉଁଠାରେ ୨୭ ବର୍ଷୀୟ ଜଣେ ମହିଳା ନିଜ ସହ ହୋଇଥିବା ଦୁଷ୍କର୍ମର ଅଭିଯୋଗ କରିଛନ୍ତି । ପୀଡ଼ିତାଙ୍କ କହିବା ଅନୁସାରେ, ଗତ ୧ ବର୍ଷ ହେବ ତାଙ୍କ ଶଶୂର ଦୁଷ୍କର୍ମ କରିଆସୁଛନ୍ତିି । ସେ ନିଜ ସ୍ୱାମୀଙ୍କୁ ଏବିଷୟରେ କହିଥିଲେ । କିନ୍ତୁ ତାଙ୍କ ସ୍ୱାମୀ ଶଶୂରଙ୍କ ପକ୍ଷ ନେଇ କହିଥିଲେ ଯେ, ‘ଯାହା ଚାଲିଛି, ତାକୁ ଚାଲିବାକୁ ଦିଅ । ବିରୋଧ କଲେ ପତ୍ନୀ ଓ ଛୁଆ ପାଇଁ ଅସୁବିଧା ହେବ ।’

ଫଳରେ ମହିଳା ଜଣକ କିଛି ବାଟ ନପାଇ ସିପତ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାକୁ ଗୁରୁତର ସହ ନେଇ ଅଭିଯୁକ୍ତ ଶଶୂର ଓ ସ୍ୱାମୀଙ୍କୁ ଗିରଫ କରିଛି ।

ସୂଚନା ଅନୁସାରେ, ସିପତ ଅଞ୍ଚଳରେ ରହୁଥିବା ୨୭ ବର୍ଷୀୟ ମହିଳାଙ୍କର ୬ ବର୍ଷ ପୂର୍ବେ ବିବାହ ହୋଇଥିଲା । ତାଙ୍କର ୩ ବର୍ଷର ଏକ ସନ୍ତାନ ବି ଅଛି । ମହିଳା ନିଜ ଅଭିଯୋଗରେ କହିଛନ୍ତି କି, ବର୍ଷେ ତଳେ ତାଙ୍କ ଶଶୂର ତାଙ୍କ ସହ ଜବରଦସ୍ତି କରିଥିଲା । ମହିଳା ଏହାର ବିରୋଧ କରିବାରୁ ତାଙ୍କୁ ଘରୁ ବାହାର କରିଦେବାର ଧମକ ନେଇ ଦୁଷ୍କର୍ମ କରିଥିଲା । ଏହା ପରେ ସେ ପ୍ରତିଦିନ ମହିଳାଙ୍କ ସହ ଦୁଷ୍କର୍ମ କରିବାରେ ଲାଗିଲା ।

ଏହାକୁ ନେଇ ମହିଳା ନିଜ ସ୍ୱାମୀଙ୍କୁ ସବୁକଥା କହିଥିଲେ । କିନ୍ତୁ ସ୍ୱାମୀ ନିଜ ପିତାଙ୍କ ପକ୍ଷ ନେଇ ସ୍ତ୍ରୀକୁ ଚୁପ୍ ରହିବାକୁ କହିଥିଲେ । ପିତାଙ୍କୁ ସହଯୋଗ ନକଲେ ପତ୍ନୀ ଓ ଛୁଆକୁ ଅସୁବିଧା ହେବ ବୋଲି ସେ କହିଥିଲେ । ଏହା ପରେ ମହିଳା ସବୁକିଛି ସହିବାକୁ ଲାଗିଥିଲେ । ନିକଟରେ ସେ ଶଶୂରଙ୍କୁ ବିରୋଧ କରିବାରୁ ତାଙ୍କୁ ଘରୁ କରାଯାଇଥିଲା । ସେ ନିଜ ବାପଘରେ ଯାଇ ରହିବା ସହ ଥାନାରେ ଏନେଇ ଅଭିଯୋଗ କରିଥିଲେ । ପଚରାଉଚରା ପରେ ପୋଲିସ ଉଭୟ ଅଭିଯୁକ୍ତ ବାପ-ପୁଅକୁ ଗିରଫ କରିଛି ।

Get real time updates directly on you device, subscribe now.