fbpx

ବୋହୂର ଏକାଦଶ ଦିନ ଆଖିବୁଜିଲେ ଶ୍ୱଶୁର: କରୋନାରେ ଦୈତାରୀ ପଣ୍ଡାଙ୍କ ପିତାଙ୍କ ଦେହାନ୍ତ

ବାଲେଶ୍ୱର,୮ ।୫(ଓଡିଶା ଭାସ୍କର): କରୋନା ଯୋଗୁଁ ଦୁନିଆରେ ଅନେକ ଛାତିଥରା ଦୃଶ୍ୟ ସାମ୍ନାକୁ ଆସୁଛି । କେଉଁଠି ସ୍ତ୍ରୀ ଆଗରେ ସ୍ୱାମୀ ଜୀବନ ଚାଲିଯାଉଛି ତ ଆଉ କେଉଁଠି ମା ଆଗରେ ଜୀବନ ହାରୁଛନ୍ତି ସନ୍ତାନ । ଏହାରି ମଧ୍ୟରେ ବାଲେଶ୍ୱର ଜିଲ୍ଲାରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି, ଯେଉଁଠାରେ ବୋହୂର ଏକାଦଶ ଦିନ କରୋନା ନେଇଛି ଶଶୂରଙ୍କ ଜୀବନ । ଯାତ୍ରା ଅଭିନେତା ଦୈତାରୀ ପଣ୍ଡାଙ୍କ ପିତା ଶଙ୍କର୍ଷଣ ପଣ୍ଡାଙ୍କ କରୋନାରେ ଦେହାନ୍ତ ହୋଇଛି । ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କୋଭିଡ ୱାର୍ଡରେ ଚିକିତ୍ସିତ ହେଉଥିବା ୮୪ ବର୍ଷୀୟ ଶଙ୍କର୍ଷଣଙ୍କର ଗତକାଲି ମୃତ୍ୟୁ ହୋଇଛି ।

ତେବେ ଦୁଃଖର କଥା ହେଉଛି ଯେ, ଶଙ୍କର୍ଷଣ ପଣ୍ଡାଙ୍କ ବୋହୂ ତଥା ଲୋକ ପ୍ରିୟ ଯାତ୍ରା ଅଭିନେତ୍ରୀ ତୃପ୍ତି ପଣ୍ଡାଙ୍କର ଏକାଦଶ ଚାଲିଥିଲା ବେଳେ ତାଙ୍କର ମୃତ୍ୟୁ ଘଟିଛି । ତୃପ୍ତି ପଣ୍ଡା ହେଉଛନ୍ତି ଅନ୍ୟତମ ପ୍ରସିଦ୍ଧ ଅଭିନେତା ବାବୁଲି ଓରଫ ସୁଶାନ୍ତ ପଣ୍ଡାଙ୍କ ପତ୍ନୀ ଏବଂ ଅଭିନେତା ଦୈତାରୀ ପଣ୍ଡାଙ୍କ ଭାଇ ବୋହୂ । ତୃପ୍ତିଙ୍କ କରୋନାରେ ମଧ୍ୟ ମୃତ୍ୟୁ ଘଟିଥିଲା । ଗୋଟିଏ ପରିବାର କରୋନା ନେଇଗଲା ଦୁଇ ଦୁଇଟି ଜୀବନ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.