fbpx

ବାପାର ଜୁଇ ଜଳୁଥିବା ବେଳେ ପୁଅର ଆସିଲା ମୃତ୍ୟୁ ଖବର, ଦୁଃଖରେ ଭାଙ୍ଗିପଡିଲେ ପରିବାରଲୋକ ଓ ଗ୍ରାମବାସୀ

ବାରଙ୍ଗ (ଭାସ୍କର ନ୍ୟୁଜ୍‌): ବାରଙ୍ଗ ବ୍ଲକ ଅନ୍ତର୍ଗତ କୁହ୍ନେଇପଡା ପଞ୍ଚାୟତ ବ୍ରାହ୍ମଣୀ ଗାଁରେ ଘଟିଛି ଏକ ଦୁଃଖଦ ଘଟଣା । ଏହି ଗ୍ରାମର ପୁରୁଷୋତ୍ତମ ସ୍ୱାଇଁ (୫୫) ଦୀର୍ଘ ଦିନ ଧରି ବ୍ରେନ କ୍ୟାନସରରେ ପିଡିତ ହୋଇ ନିଜ ଘରେ ଚିକିତ୍ସିତ ହେଉଥିବାବେଳେ ଗତ ଗୁରୁବାର ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା । ତାର ପରଦିନ ଅର୍ଥାତ ଶୁକ୍ରବାର ସକାଳେ ତାଙ୍କ ଶେଷ କୃତ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ  ନିଜ ଗାଁ ଶ୍ମଶାନକୁ ନେଇଥିଲେ । ଏହି ସମୟରେ ତାଙ୍କର ଏକମାତ୍ର ପୁଅ ଗୌତମ ସ୍ୱାଇଁ (୨୧) ବାପାଙ୍କର ମୃତ୍ୟୁ ହୋଇଥିବା ଜାଣିବା ପରେ ସେ ଅସୁସ୍ଥ ହେବା ସହିତ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ କଟକ ବଡ ଡାକ୍ତରଖାନାକୁ ପଠାହାଇଥିଲା । ସେଠାରେ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ନହେବାରୁ ସେଠାରୁ ତାଙ୍କୁ ପୁଣି ଏକ ଘରୋଇ ହସ୍ପିଟାଲକୁ ନେଉଥିବା ସମୟରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା ବେଳେ ଏପଟେ ଶ୍ମଶାନରେ ବାପାର ଜୁଇ ଜଳୁଥିବା ଘଟଣାଟି ସମଗ୍ର ବାରଙ୍ଗ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।

 

Get real time updates directly on you device, subscribe now.