fbpx

ଚାଇନା ଜୋତାକୁ ନେଇ ଛନକା

କୋରାପୁଟ, ୩ା୪(ଓଡ଼ିଶା ଭାସ୍କର): କୋରାପୁଟ ସହରରେ ଛନକା ସୃଷ୍ଟିି କରିଛି ଚାଇନା ଜୋତା । ଏହି ଜୋତାକୁ ନେଇ ଏବେ ପରୀକ୍ଷା ନିରୀକ୍ଷା ଚାଲିଛି । ପ୍ରଶାସନ ଠାରୁ ଆରମ୍ଭ କରି ପୋଲିସ ଏବଂ ସ୍ୱାସ୍ଥ୍ୟ ବିଭାଗ ପର୍ଯ୍ୟନ୍ତ ସମସ୍ତେ ଏହି ଜୋତାକୁ ଯାଂଚ ପାଇଁ ତତ୍ପରତା ପ୍ରକାଶ କରିଛନ୍ତି । ଯାହାଫଳରେ ଏହି ଜୋତାକୁ ମଗାଇଥିବ ଯୁବକ ଜଣକ ଏବେ ଦୁଃଖ ପ୍ରକାଶ କରିବ ନା ଖୁସି ହେବେ ଜାଣିପାରୁନାହାନ୍ତି । ଗତ ଫେବ୍ରୁଆରି ମାସରେ ସ୍ଥାନିୟ ଭାଣ୍ଡିସାହିର ଜଣେ ଯୁବକ ଚାଇନାରୁ ଗୋଟିଏ ହଳ ଜୋତା ମଗାଇଥିଲେ । ଡାକ ଯୋଗ ଏହି ନାଲି ରଙ୍ଗର ଜୋତା କୋରପୁଟ ପହଞ୍ଚିଥିଲା ବେଳେ ଏପ୍ରିଲ ହୋଇଗଲା । ଚାଇନରୁ ପ୍ୟାକେଟ ଆସିଥିବା ଦେଖି ପୋଷ୍ଟ ଅଫିସରୁ ସେହି ଯୁବକଙ୍କୁ ଡକାଇ ହସ୍ତାକ୍ଷର କରାଯାଇଥିଲା ।

ତେବେ କୌଣସି ସୂତ୍ରରୁ ଖବର ପାଇ ଟାଉନ ଥାନା ଅଧିକାରୀ ସେହି ଯୁବକ ଜଣକୁ ଜୋତା ଓ ପ୍ୟାକେଟ ସହ ଥାନାକୁ ଡାକି ପଚରାଉଚରା କରିଥିଲେ । କରୋନା ଭୂତାଣୁ ବ୍ୟାପିବାରକୁ ନେଇ ସମଗ୍ର ବିଶ୍ୱ ଭୟଭୀତ ଥିବା ସମୟରେ ଚାଇନାରୁ ପ୍ୟାକେଟିଏ ଆସି ପଂହଚିବା ନେଇ ଆଶଙ୍କ ପ୍ରକାଶ ପାଇଥିଲା । ଏଥିନେଇ ଥାନା ଅଧିକାରୀ ପୀତବାସ ଧାରୁଆ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ । ସ୍ୱାସ୍ଥ୍ୟ ବିଭାଗରୁ ଲୋକେ ଆସି ଜୋତାକୁ ପରୀକ୍ଷା କରିବା ପରେ ଏହି ଜୋତାକୁ ନେଇ କଣ କରାଯିବ ସେ ସଂକ୍ରାନ୍ତରେ ନିଷ୍ପତି ନିଆଯିବ ବୋଲି ଥାନା ଅଧିକାରୀ କହିଛନ୍ତି ।

Get real time updates directly on you device, subscribe now.