fbpx

ଫେଡେରେସନ୍ କପ ୨୦୨୪ରେ ସ୍ୱର୍ଣ୍ଣ ପଦକ ହାସଲ କଲେ ନୀରଜ ଚୋପ୍ରା

Advertisement

ନୂଆଦିଲ୍ଲୀ: ଭାରତର ଷ୍ଟାର ଆଥଲେଟ ନୀରଜ ଚୋପ୍ରା ଅଲମ୍ପିକରେ ପୁଣିଥରେ ଭାରତର ମାନ ରଖିଛନ୍ତି । ଆଥଲେଟିକ୍ସ ଫେଡେରେସନ କପ ୨୦୨୪ରେ ଏହି ଖେଳାଳି ଜାଭଲିନ ଥ୍ରୋରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଭୁବନେଶ୍ୱରରେ ଚାଲିଥିବା ଫେଡ କପରେ ୮୨.୨୭ ମିଟର ଥ୍ରୋ କରି ଏହି ବିଜୟ ହାସଲ କରିଛନ୍ତି । ଡିପି ମନୁଙ୍କୁ ସେ ବାଜି ମାରି ସେ ସ୍ୱର୍ଣ୍ଣ ପଦକକୁ କବଜା କରିଛନ୍ତି ।

ଭାରତର ଅଲମ୍ପିକ ଗୋଲ୍ଡ ମେଡାଲିଷ୍ଟ ନୀରଜ ଚୋପ୍ରା ୨୭ତମ ଫେଡେରେସନ କପରେ ଚମକ ପ୍ରଦର୍ଶନ କରି ଆଉ ଏକ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ତିନି ବର୍ଷ ପରେ ଏହି ଷ୍ଟାର ଆଥଲେଟ ୮୨.୨୭ ମିଟରର ସର୍ବଶ୍ରେଷ୍ଠ ଥ୍ରୋ ସହ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ପ୍ୟାରିସ ଅଲମ୍ପିକ ୨୦୨୪ ପୂର୍ବରୁ ଏହା ନୀରଜ ଏବଂ ଦେଶ ପାଇଁ ଖୁସି ଖବର ଅଟେ । ଏହି ଇଭେଣ୍ଟରେ ନୀରଜ ବହୁ ସତର୍କତାର ସହ ଖେଳୁଥିବାର ନଜର ଆସିଥିଲେ । ଅଲମ୍ପିକ ପୂର୍ବରୁ ସେ ନିଜ ନିଜ ଆଘାତକୁ ନେଇ ଚିନ୍ତିତ ଥିଲେ, ତେଣୁ ସେ ସଚେତନତା ଅବଲମ୍ବନ କରିଥିଲେ ।

Get real time updates directly on you device, subscribe now.