fbpx

ଏଫଆଇଏଚ ପ୍ରୋ ଲିଗ୍ ପାଇଁ ଭାରତୀୟ ହକି ଦଳ ଘୋଷଣା, ଓଡିଶାରୁ ୨ ଖେଳାଳି ସାମିଲ୍

ନୂଆଦିଲ୍ଲୀ : ଏଫଆଇଏଚ ପ୍ରୋ ଲିଗ୍ ମ୍ୟାଚ୍ ପାଇଁ ଗୁରୁବାର ଭାରତୀୟ ହକି ୨୦ ଜଣିଆ ଦଳ ଘୋଷଣା କରିଛି । ଏହି ଲିଗ୍ ଦକ୍ଷିଣ ଆଫ୍ରିକାରେ ଫେବୃଆରୀ ୮ରୁ ଫେବୃଆରୀ ୧୩ ତାରିଖ ପର୍ଯ୍ୟନ୍ତ ଖେଳାଯିବ । ମନପ୍ରୀତ ସିଂହ ଦଳର ନେତୃତ୍ୱ ନେଉଥିବା ବେଳେ ହରମନପ୍ରୀତ ସିଂହ ଉପ ଅଧିନାୟକ ରହିଛନ୍ତି । ଦଳରେ ଦୁଇ ଜଣ ନୂତନ ଖେଳାଳିଙ୍କୁ ସାମିଲ୍ କରାଯାଇଛି । ସେମାନେ ହେଉଛନ୍ତି ଡ୍ରାଗଫ୍ଲିକର ଜୁଗରାଜ ସିଂହ ଏବଂ ଫରୱାର୍ଡ ଖେଳାଳି ଅଭିଷେକ । ଓଡିଶାରୁ ଦୁଇ ଜଣ ଖେଳାଳି ଅମିତ୍ ରୋହିଦାସ ଏବଂ ଶୀଳାନନ୍ଦ ଲାକ୍ରା ଭାରତୀୟ ଦଳରେ ସାମିଲ୍ ଅଛନ୍ତି ।

ରୋହିତ ଦାସ ଡିଫେଣ୍ଡର ଭାବେ ଭାରତୀୟ ଦଳର ଜଣେ ପ୍ରମୁଖ ଖେଳାଳି । ସେ ନିୟମିତ ଭାରତୀୟ ଦଳରେ ନିଜର ସ୍ଥାନ ବଜାୟ ରଖି ଆସୁଛନ୍ତି । ଫରୱାର୍ଡ ଖେଳାଳି ଭାବେ ଶିଳାନନ୍ଦ ଲାକ୍ରାଙ୍କୁ ଦଳରେ ସାମିଲ୍ କରାଯାଇଛି । ଏହି ଲିଗରେ ଭାରତ ଘରୋଇ ଦକ୍ଷିଣ ଆଫ୍ରିକା ଏବଂ ଫ୍ରାନ୍ସ ବିରୋଧରେ ମ୍ୟାଚ୍ ଖେଳିବ । ଷ୍ଟାଣ୍ଡ ବାଇ ଭାବେ ଦଳରେ ୫ ଜଣ ଖେଳାଳିଙ୍କୁ ନିଆଯାଇଛି ।

୨୦ ଜଣିଆ ଭାରତୀୟ ହକି ଦଳ

ଗୋଲ୍ କିପର
୧ – ପିଆର ଶ୍ରୀଜେସ
୨ – କ୍ରୀଷ୍ଣା ବାହାଦୂର ପାଠକ

ଡିଫେଣ୍ଡର
୩ – ହରମନପ୍ରୀତ ସିଂହ(ଉପ ଅଧିନାୟକ)
୪ – ଅମିତ୍ ରୋହିଦାସ
୫ – ସୁରେନ୍ଦ୍ର କୁମାର
୬ – ବରୁଣ କୁମାର
୭ – ଜର୍ମନପ୍ରୀତ ସିଂହ
୮ – ଜୁଗରାଜ ସିଂହ

ମିଡ ଫିଲ୍ଡର
୯ – ମନପ୍ରୀତ ସିଂହ(ଅଧିନାୟକ)
୧୦ – ନୀଳକଣ୍ଠ ଶର୍ମା
୧୧ – ହାର୍ଦ୍ଦିକ ସିଂହ
୧୨ – ଜଶକରନ ସିଂହ
୧୩ – ସମସେର ସିଂହ
୧୪ – ବିବେକ ସାଗର ପ୍ରସାଦ

ଫରୱାର୍ଡ
୧୫ – ମନ୍ଦୀପ ସିଂହ
୧୬ – ଲଳିତ କୁମାର ଉପାଧ୍ୟାୟ
୧୭ – ଅକ୍ଷଦୀପ ସିଂହ
୧୮ – ଶିଳାନନ୍ଦ ଲାକ୍ରା
୧୯ – ଦୀଲପ୍ରୀତ ସିଂହ
୨୦ – ଅଭିଷେକ

ଷ୍ଟାଣ୍ଡବାଇ
୧ – ସୁରଜ କେରକେରା
୨ – ମନ୍ଦୀପ ମୋର
୩ – ରାଜକୁମାର ପାଲ୍
୪ – ସୁମିତ
୫ – ଗୁରସାହିବଜିତ୍ ସିଂହ

 

Get real time updates directly on you device, subscribe now.