fbpx

ଆସନ୍ତାକାଲିଠୁ ୧୩ଯାଏଁ ଭିଜିବ ଓଡ଼ିଶା, ଜାଣନ୍ତୁ କେଉଁ ଜିଲ୍ଲା ପାଇଁ କେଉଁ ୱାର୍ଣ୍ଣିଂ

ଭୁବନେଶ୍ୱର, ୯ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ତାପମାତ୍ରା କମିବାରେ ଲାଗିଛି । ଏହାସହ ସ୍ଥାନେ ସ୍ଥାନେ କାଳବୈଶାଖୀ ହେଉଛି । ଏହାରିମଧ୍ୟରେ ଆସନ୍ତାକାଲିଠାରୁ ୧୩ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଜୁନ ୧୦ ରେ ୧୩ଜିଲ୍ଲାକୁ ବର୍ଷା ଓ ଘଡ଼ଘଡ଼ିକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଜୁନ ୧୧ରେ ୮ଜିଲ୍ଲା ପାଇଁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୮ଜିଲ୍ଳାଗୁଡ଼ିକରୁ ୪ଜିଲ୍ଲା ଅର୍ଥାତ ମାଲକାନଗିରି, କୋରାପୁଟ, ରାୟଗଡ଼ାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ସେହିପରି ଗଞ୍ଜାମ, ଗଜପତି, ପୁରୀ, କଳାହାଣ୍ଡିରେ ପ୍ରବଳ ବର୍ଷା ହେବ । ଜୁନ ୧୨ରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ୪ଜିଲ୍ଳାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ୪ଜିଲ୍ଲାଗୁଡ଼ିକ କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମ । ଜୁନ ୧୩ରେ ପ୍ରବଳ ବର୍ଷା ଆଶଙ୍କା ନେଇ ୫ଜିଲ୍ଲାକୁ ୟୋଲୋ ୱାର୍ଣ୍ଣି ଜାରି କରାଯାଇଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.