fbpx

ବିଶ୍ୱର ସବୁଠୁ ଖୁସି ଦେଶ ହେଉଛି ଫିନଲାଣ୍ଡ: କେତେ ନମ୍ବରରେ ରହିଛି ଭାରତ?

ନୂଆଦିଲ୍ଲୀ: ସାରା ବିଶ୍ୱରେ ସମସ୍ତ ଦେଶକୁ ନେଇ ହୋଇଥିବା ବାର୍ଷିକ ବିଶ୍ୱ ଖୁସି ସର୍ଭେ । ଏହି ତାଲିକାର ଶୀର୍ଷ ସ୍ତାନ ପୁଣି ଥରେ ଫିନଲାଣ୍ଡ ଅଧିକାର କରିଛି । ତେବେ ଲଗାତାର ଭାବେ ଷଷ୍ଠ ଥର ପାଇଁ ଏହି ସ୍ଥାନରେ କବଜା କରି ରେକର୍ଡ ସୃଷ୍ଟି କରିଛି ଫିନଲାଣ୍ଡ । ଗତ ୫ ବର୍ଷ ଭଳି ଚଳିତବର୍ଷ ମଧ୍ୟ ସୁଖ ମାପିବା ପାଇଁ ରିପୋର୍ଟ ବ୍ୟବହାର କରୁଥିବା କାରଣ ଗୁଡିକରେ ସର୍ବାଧିକ ସ୍କୋର ହାସଲ କରିଛି ଫିନଲାଣ୍ଡ । ତେବେ ଆସନ୍ତୁ ଜାଣିବା ଭାରତ ଏବଂ ଏହି ତାଲିକାରେ ଥିବା ଅନ୍ୟ ଦେଶଗୁଡିକର ନମ୍ବର ।

ରିପୋର୍ଟ ଅନୁସାରେ, ଫିନଲାଣ୍ଡ ପୃଥିବୀର ଶ୍ରେଷ୍ଠ ଖୁସି ଦେଶ ଭାବେ ବିବେଚିତ ହୋଇଛି । ଏଥିପାଇଁ ଦେଶର ମୁଣ୍ଡପିଛା ଜିଡିପି, ସାମାଜିକ ସମର୍ତନ, ସୁସ୍ଥ ଜୀବନ ଆଶା, ସ୍ୱାଧୀନତା, ଉଦାରତାଏବଂ ଦୁର୍ନୀତି ଇତ୍ୟାଦି ପ୍ରମୁଖ କାରଣ ପାଲଟିଛି । ଅତୀତର ରାଙ୍କିଙ୍ଗ ଭଳି ଅନେକ ସ୍କାଣ୍ଡିନେଭିୟ ଦେଶ ଚଳିତବର୍ଷର ତାଲିକାରେ ଖୁବ ଆଗରେ ରହିଛନ୍ତି । ନକରାତ୍ମକ ଭାବନା ତୁଳନାରେ ଏହି ଦେଶଗୁଡିକର ସକରାତ୍ମକ ଭାବନା ଦୁଇଗୁଣ ରହିଥିଲା । ତେବେ ଏହି ତାଲିକାରେ ୧୦ଟି ସ୍ଥାନ ଉପରକୁ ଉଠିଛି ଭାରତ । ତେବେ ବିଶ୍ୱର ସବୁଠୁ ଖୁସି ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି ଡେନମାର୍କ ଏବଂ ତୃତୀୟ ସ୍ଥାନରେ ଆଇସଲାଣ୍ଡ ସ୍ଥାନ ପାଇଛି ।

ଅନ୍ୟ ପକ୍ଷରେ ପୂର୍ବଥର ଭାରତ ଏହି ଲିଷ୍ଟର ୧୩୬ ତମ ସ୍ଥାନରେ ରହିଥିବା ବେଳେ ଚଳିତବର୍ଷ ୧୨୫ତମ ସ୍ଥାନକୁ ଉନ୍ନୀତ ହୋଇଛି । ଏହାପରେ ମଧ୍ୟ ପଡୋଶୀ ରାଷ୍ଟ୍ରମାନଙ୍କଠାରୁ ଖୁବ ପଛରେ ପଡିଯାଇଛି ଭାରତ । ନେପାଳ, ଚୀନ ସମେତ ବାଂଲାଦେଶ ଏବଂ ଶ୍ରୀଲଙ୍କା ମଧ୍ୟ ଏହି ତାଲିକାରେ ଭାରତକୁ ଅତିକ୍ରମ କରିଛନ୍ତି । ତେବେ ଋଷ ଏହି ତାଲିକାର ୭୨ତମ ସ୍ଥାନରେ ଏବଂ ୟୁକ୍ରେନ ୯୨ସ୍ତାନରେ ରହିଥିବା ବେଳେ ଆଫଗାନିସ୍ତାନ ତାଲିକାର ସର୍ବଶେଷରେ(୧୩୭) ସ୍ଥାନରେ ରହିଛି ।

Get real time updates directly on you device, subscribe now.