ପାଟନା: ବିହାରର ରାଜଧାନୀ ପାଟନାରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି, ଯେଉଁଠାରେ ରାଜ୍ୟର ସର୍ବବୃହତ ହସ୍ପିଟାଲ ପିଏମସିଏଚରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏମରଜେନ୍ସି ସାମ୍ନାରେ ମେଡିସିନ୍ ଷ୍ଟୋର ରୁମରେ ନିଆଁ ଲାଗିଛି । ନିଆଁ ଲାଗିବା ପରେ ଘଟଣାସ୍ଥଳରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି । ଅଗ୍ନିଶମ ବାହିନୀ ଗାଡି ଘଟଣାସ୍ଥଳରେ ପହଞ୍ଚିଛି । କିନ୍ତୁ ରାସ୍ତା ସଂକୀର୍ଣ୍ଣ ଥିବାରୁ ଜଳ ସେହି ସ୍ଥାନରେ ପହଞ୍ଚିବାରେ ସକ୍ଷମ ହେଇପାରୁ ନାହିଁ ।
ଜେସିବି ମେସିନ୍ ସହିତ ଷ୍ଟୋର ରୁମ୍ ବିଲ୍ଡିଂକୁ ଭାଙ୍ଗି ଦିଆଯାଉଛି । ଅଗ୍ନିକାଣ୍ଡ ଯୋଗୁଁ ଧୂଆଁ ସବୁଆଡେ ବ୍ୟାପିଛି । ବର୍ତ୍ତମାନ ଘଟଣାର କାରଣ ସର୍ଟ ସର୍କିଟ ବୋଲି କୁହାଯାଉଛି କିନ୍ତୁ ଅନୁସନ୍ଧାନ ପରେ ହିଁ ସମ୍ପୂର୍ଣ୍ଣ ପରିସ୍ଥିତି ସ୍ପଷ୍ଟ ହୋଇଯିବ । ମିଳିଥିବା ସୂଚନା ଅନୁଯାୟୀ, ପିଏମସିଏଚର ମେଡିସିନ୍ ଷ୍ଟୋର ରୁମରେ ନିଆଁ ଲାଗିଛି । ଅଗ୍ନିଶମ ବାହିନୀ ଗାଡି ନିଆଁ ଲିଭାଇବାରେ ଲାଗିପଡ଼ିଛନ୍ତି ।
ଏହି ଘଟଣା ପରେ ପିଏମସିଏଚରେ ସମେସ୍ତ ଆତଙ୍କିତ ହୋଇପଡ଼ିଥିଲେ । ନିଆଁ ବିଷୟରେ ସୂଚନା ପାଇବା ମାତ୍ରେ ଲୋକମାନେ ଏପଟ ସେପଟ ହୋଇ ଦୌଡିବାକୁ ଲାଗିଲେ । ଏହା ପରେ ଅଗ୍ନିଶମ ବାହିନୀ ଦଳକୁ ସୂଚନା ଦିଆଯାଇଥିଲା । ସୂଚନା ପାଇବା ମାତ୍ରେ ଅଗ୍ନିଶମ ବାହିନୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ ।