Breaking: ସୀମାରେ ଯବାନ ମାଓବାଦୀ ମଧ୍ୟରେ ଗୁଳି ବିନିମୟ, କାଲି ରାତିରୁ ଚାଲିଛି ସର୍ଚ୍ଚ ଅପରେଶନ୍

ମୈନପୁର: ଓଡ଼ିଶା- ଛତିଶଗଡ଼ ସୀମାରେ ଗୁଳି ବିିନିମୟ । ମାଓବାଦୀଙ୍କ ବିରୋଧରେ ବଡ଼ ଧରଣର ସର୍ଚ୍ଚ ଅପରେଶନ୍ ।

ଏସଓଜି, ସିଆର୍ପିଏଫ୍ ପକ୍ଷରୁ ମିଳିତ ଅପରେଶନ୍ ଜାରି ରହିଛି । ନୂଆପଡ଼ା ଗରିଆବନ୍ଧ ସୀମାରେ ଗୁଳି ବିନିମୟ ଚାଲିଥିବା ସୂଚନା ।
ମୈନପୁର ଥାନା କୁଲାରିଘାଟ ଜଙ୍ଗଲରେ ଗୁଳି ବିନିମୟ ।

ମାଓବାଦୀଙ୍କ ଶିବିର ଥିବା ନେଇ ଗୋଇନ୍ଦା ସୂଚନା ମିଳିବା ପରେ ଯବାନଙ୍କ ପକ୍ଷରୁ ରବିବାର ରାତିରୁ ସର୍ଚ୍ଚ ଅପରେଶନ୍ ଆରମ୍ଭ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ପ୍ରାଣହାନୀ ନେଇ କୌଣସି ସୂଚନା ମିଳିପାରିନାହିଁ ।

ଓଡ଼ିଶାର ନୂଆପଡ଼ା ଜିଲ୍ଲା ଓ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଓଡିଶା ଓ ଛତିଶଗଡ଼ ପୋଲିସ ଏବଂ ସିଆପିଏଫ ଯବାନଙ୍କ ଏକ ସମ୍ମିଳିତ ଆନ୍ତଃରାଜ୍ୟ ଅଭିଯାନ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ଗତ 19 ତାରିଖ ରାତିରୁ ଓଡିଶାର ନୂଆପଡ଼ା ଜିଲ୍ଲା ସୀମାଠାରୁ ମାତ୍ର 5 କିଲୋମିଟର ଦୂର ଛତିଶଗଡ଼ର କୁଲାରୀଘାଟ ସଂରକ୍ଷିତ ଜଙ୍ଗଲରେ ବହୁ ସଂଖ୍ୟାରେ ମାଓବାଦୀ ଲୁଚି ରହିଥିବା ସଂକ୍ରାନ୍ତରେ ଗୁଇନ୍ଦା ସୂଚନା ମିଳିଥିଲା। ସେହି ଅନୁଯାୟୀ, ଉଭୟ ରାଜ୍ୟର ସୁରକ୍ଷା ବାହିନୀଙ୍କ ସହ କେନ୍ଦ୍ରୀୟ ସୁରକ୍ଷା ବାହିନୀ ମିଶି ଏହି ସମ୍ମିଳିତ ଅଭିଯାନ ଆରମ୍ଭ କରିଛନ୍ତି।