fbpx

ଭାରତରେ ଏଣ୍ଟ୍ରି କଲା କରୋନାର ନୂଆ ଲହର: ଚିହ୍ନଟ ହେଲା କୋଭିଡ ଭାରିଆଣ୍ଟ XEର ପ୍ରଥମ କେସ

Advertisement

ମୁମ୍ବାଇ: ଚୀନ ଏବଂ ବ୍ରିଟେନ ପରେ ଏବେ ଭାରତରେ ପଶିଛି କରୋନା ନୂଆ ଭାରିଆଣ୍ଟର ନୂଆ ଲହର । ମାୟାନଗରୀ ମୁମ୍ବାଇରେ କୋଭିଡ ଭାରିଆଣ୍ଟ XEର ପ୍ରଥମ କେସ ଚିହ୍ନଟ ହୋଇଛି । ଏଥିସହିତ କପ୍ପା ଭାରିଆଣ୍ଟର ଜଣେ ଆକ୍ରାନ୍ତ ମଧ୍ୟ ଚିହ୍ନଟ ହୋଇଛନ୍ତି । ତେବେ ନୂଆ ଭାରିଆଣ୍ଟରେ ଆକ୍ରାନ୍ତ ହୋଇଥିବା ଏହି ରୋଗୀମାନଙ୍କ ଦେହରେ ସେତେ ପରିମାଣରେ ଭୟଙ୍କର ଲକ୍ଷଣ ଦେକିବାକୁ ମିଳି ନାହିଁ । ଏନେଇ ସ୍ପଷ୍ଟ କରିଛି ବ୍ରିହାନମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ(BMC) ।

ଗତକାଲି ମୁମ୍ବାଇର ମୋଟ ୨୩୦ ନମୁନା ଟେଷ୍ଟ କରାଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ ୨୨୮ ଜଣଙ୍କ ନିକଟରେ ଓମିକ୍ରନ, ଜଣେ କପ୍ପା ଭାରିଆଣ୍ଟରେ ଆକ୍ରାନ୍ତ ହୋଇଛନ୍ତି ଏବଂ ଅନ୍ୟ ଜଣଙ୍କ ଦେହରେ ଭାରିଆଣ୍ଟ ଚିହ୍ନଟ ହୋଇଛି । ତେବେ କରୋନାର ଏହି ନୂଆ ଭାରିଆଣ୍ଟରେ ଦେଶର ପ୍ରଥମ ରୋଗୀ ଚିହ୍ନଟ ହୋଇଛନ୍ତି । କିନ୍ତୁ ଏହା ପୂର୍ବରୁ ଚୀନ ଏବଂ ବ୍ରିଟେନକୁ କରୋନାର ଏହି ଭାରିଆଣ୍ଟ ଖୁବ ଚିନ୍ତାରେ ପକାଇଛି । ଚୀନର ସଂଘାଇ ସହରରେ ପ୍ରଶାସନ ଲକଡାଉନ ମଧ୍ୟ ଘୋଷଣା କରିସାରିଛି ।

Get real time updates directly on you device, subscribe now.