fbpx

ପସନ୍ଦ ଆସୁଛି କଙ୍ଗନାଙ୍କ ଜବରଦସ୍ତ ଆକ୍ସନ, ଜାଣନ୍ତୁ କ’ଣ ରହିଛି ପ୍ରଥମ ଦିନର ବକ୍ସ ଅଫିସ୍ କଲେକ୍ସନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଙ୍ଗନା ରଣାୱତଙ୍କ ଫିଲ୍ମ ଧାକଡ଼ ଶୁକ୍ରବାର ରିଲିଜ ହୋଇଛି । ଫିଲ୍ମରେ କଙ୍ଗନା ଏଜେଣ୍ଟ ଅଗ୍ନି ଭୂମିକାରେ ନଜର ଆସିଛନ୍ତି । ଫିଲ୍ମରେ ଏଜେଣ୍ଟ ଅଗ୍ନି ଦେଶ ବିରୋଧୀ ଲୋକଙ୍କ ସହ ଲଢ଼ୁଛନ୍ତି । ଫିଲ୍ମରେ ଖଳନାୟକ ଚରିତ୍ରରେ ଅର୍ଜୁନ ରାମପାଲ ନଜର ଆସିଛନ୍ତି ସେହିଭଳି ଦିବ୍ୟା ଦତ୍ତା ମଧ୍ୟ ନେଗେଟିଭ୍ ଚରିତ୍ରରେ ନଜର ଆସିଛନ୍ତି ।

ଫିଲ୍ମରେ କଙ୍ଗନାଙ୍କ ଭରପୁର ଆକ୍ସନ ଦେଖିବାକୁ ମିଳିଛି । ଫିଲ୍ମରେ କଙ୍ଗନାଙ୍କ ଆକ୍ସନ ଦର୍ଶକଙ୍କୁ ପସନ୍ଦ ଆସିଥିଲାବେଳେ ଫିଲ୍ମର କାହାଣୀ ସେତେଟା ଦର୍ଶକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିପାରିନାହିଁ । ଫିଲ୍ମକୁ ସିନେ ସମୀକ୍ଷକ ଏବଂ ଦର୍ଶକଙ୍କ ଦ୍ୱାରା ମିକ୍ସ ରେସ୍ପନ୍ସ ମିଳିଛି । ଏହାରି ମଧ୍ୟରେ ଏବେ ଫିଲ୍ମର ପ୍ରଥମ ଦିନର ବକ୍ସ ଅଫିସ୍ ରିପୋର୍ଟ ଆସିଛି । ରିପୋର୍ଟ ଅନୂଯାୟୀ ଫିଲ୍ମ ପ୍ରଥମ ଦିନରେ ପ୍ରାୟ ୧.୨୦ କୋଟି ଆୟ କରିଛି ।

ତେବେ କଙ୍ଗନାଙ୍କ ଫିଲ୍ମକୁ କାର୍ତ୍ତିକ ଆୟନଙ୍କ ଫିଲ୍ମ ଭୁଲ ଭୁଲେୟା ୨ ସହ ଟକ୍କର ରହିଛି । ଅବଶ୍ୟ ଦୁଇଟି ଫିଲ୍ମ ଅଲଗା ଅଲଗା କାଟାଗୋରୀର, କାର୍ତ୍ତିକ ଆୟାନଙ୍କ ଭୁଲ ଭୁଲେୟା ୨ ହରର କମେଡି ହୋଇଥିବା ବେଳେ, କଙ୍ଗନାଙ୍କ ଫିଲ୍ମ ଆକ୍ସନ ଥ୍ରୀଲର ଉପରେ ପର୍ଯ୍ୟବେସିତ । କିନ୍ତୁ ବକ୍ସ ଅଫିସରେ ଆୟ ବିଷୟରେ କହିଲେ ଭୁଲ ଭୁଲେୟା ୨ ଆଗରେ ରହିଛି ।

ଧାକଡ଼ ଫିଲ୍କୁ ରଜନୀଶ ଘାଇ ନିର୍ଦ୍ଦେଶନା ଦେଇଛନ୍ତି । ଏହା ରଜନୀଶଙ୍କ ପ୍ରଥମ ଫିଲ୍ମ । ଏହି ଫିଲ୍ମ ମାଧ୍ୟମରେ ସେ ନିର୍ଦ୍ଦେଶନାରେ ଡେବ୍ୟୁ କରିଛନ୍ତି ।

Get real time updates directly on you device, subscribe now.