fbpx

ଅକ୍ସିଜେନ୍ ଆବଣ୍ଟନ ପାଇଁ ଗଠିତ ହୋଇଥିବା ଟାସ୍କଫୋର୍ସର ପ୍ରଥମ ବୈଠକ ଅନୁଷ୍ଠିତ

ନୂଆଦିଲ୍ଲୀ, ୧୦/୦୫(ଓଡିଶା ଭାସ୍କର): ଦେଶରେ ବର୍ତ୍ତମାନ ଅକ୍ସିଜେନ୍ ଦେଖା ଦେଇଛି । ବିଭିନ୍ନ ହସ୍ପିଟାଲକୁ ଠିକ୍ ସମୟରେ ଅକ୍ସିଜେନ୍୍ ଯୋଗାଣ ହୋଇ ପାରୁନଥିବାରୁ ଅନେକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି । ତେଣୁ ଯେଉଁ ରାଜ୍ୟ ମାନଙ୍କୁ ଅକ୍ସିଜେନ୍ ର ନିଶ୍ଚିତ ଆବଶ୍ୟକତା ରହିଛି ସେହି ସବୁ ରାଜ୍ୟକୁ ଅକ୍ସିଜେନ୍ ପହଞ୍ଚାଇବା ପାଇଁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ ହୋଇଥିଲା । ଏହି ଟିମକୁ ଅକ୍ସିଜେନ୍ ଆବଣ୍ଟନ ଏବଂ ଏହାର ଯୋଗାଣରେ ଉପୁଜୁଥିବା ସମସ୍ୟାକୁ ଦୂର କରିବା ଦାୟିତ୍ୱ ଦିଆଯାଇଥିଲା । ତେବେ ଆଜି ଏନେଇ ଗଠନ ହୋଇଥିବା ଟାସ୍କ ଫୋର୍ସର ପ୍ରଥମ ବୈଠକ ଅନୁଷ୍ଟିତ ହୋଇ ଯାଇଛି । ଏଥିରେ ଉପସ୍ଥିତ ଥିବା ଏହି ୧୨ ଜଣ ସଦସ୍ୟ ବିଶିଷ୍ଟ ଟାସ୍କଫୋର୍ସର ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ପକ୍ଷରୁ ଅମ୍ଳଜାନ ଯୋଗାଣ ବୃଦ୍ଧି ଦିଗରେ ନେଉଥିବା ପଦକ୍ଷେପକୁ ପ୍ରଶଂସା କରିଥିଲେ ।

 

ଏହି ଟାସ୍କଫୋର୍ସରେ ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଭବତୋଷ ବିଶ୍ୱାସ, ନୂଆଦିଲ୍ଲୀସ୍ଥିତ ସାର୍ ଗଙ୍ଗାରାମ ହସପିଟାଲର ପରିଚାଳନା ମଣ୍ଡଳୀ ଅଧ୍ୟକ୍ଷ ଦେବିନ୍ଦର ସିଂ ରାଣା, ବେଙ୍ଗାଲୁରୁସ୍ଥିତ ନାରାୟଣା ହେଲ୍ଥକେୟାରର ନିର୍ବାହୀ ନିର୍ଦ୍ଦେଶକ ଏବଂ ଅଧ୍ୟକ୍ଷ ଦେବୀପ୍ରସାଦ ଶେଟ୍ଟି, ତାମିଲନାଡୁ ଭେଲୋରସ୍ଥିତ ଖ୍ରୀଷ୍ଟିଆନ ମେଡିକାଲ କଲେଜ (ସିଏମସି)ର ପ୍ରାଧ୍ୟାପକ ଗଗନଦୀପ କାଙ୍ଗ ପ୍ରମୁଖ ସଦସ୍ୟ ରହିଛନ୍ତି । ଅନୁଷ୍ଠିତ ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏବଂ କେନ୍ଦ୍ର ସଚିବ (ଏମଓଆରଟିଏଚ) ଗିରିଧର ଆରାମେନ ମଧ୍ୟ ଉପସ୍ଥିତ ଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି ଦଳରେ କିଛି ବିଶେଷଜ୍ଞଙ୍କୁ ମଧ୍ୟ ନିଆଯାଇପାରିବ । ତଦନୁଯାୟୀ ନୀତି ଆୟୋଗର ସଦସ୍ୟ (ସ୍ୱାସ୍ଥ୍ୟ) ଭି କେ ପଲ୍, ଏମ୍ସ ନୂଆଦିଲ୍ଲୀର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ, ଆଇସିଏମଆର ମହାନିର୍ଦ୍ଦେଶକ ତଥା ସଚିବ (ଡିଏଚଆର) ବଳରାମ ଭାର୍ଗମ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଡିଜିଏଚଏସ ସୁନିଲ କୁମାର ବୈଠକରେ ସ୍ୱତନ୍ତ୍ର ଆମନ୍ତ୍ରିତ ବ୍ୟକ୍ତି ଭାବରେ ଯୋଗଦେଇଥିଲେ ।

 

ଜାତୀୟ ଟାସ୍କଫୋର୍ସର ସମସ୍ତ ସଦସ୍ୟ ଦେଶରେ ଅମ୍ଳଜାନ ଉତ୍ପାଦନ ଏବଂ ତାହାର ଉପଲବ୍ଧତା, ଡାକ୍ତରୀ ଅମ୍ଳଜାନ ଚାହିଦାର ପରିଚାଳନା ଏବଂ କେଉଁ ସ୍ୱାସ୍ଥ୍ୟଗତ ସ୍ଥିତି ଆଧାରରେ ଜଣେ ବ୍ୟକ୍ତି ଡାକ୍ତରୀ ଅମ୍ଳଜାନ ବ୍ୟବହାର କରିବା ଆବଶ୍ୟକ; ସେ ସମ୍ପର୍କରେ କେତେକ ନିର୍ଦ୍ଦିଷ୍ଟ ପ୍ରସ୍ତାବ ଦେଇଥିଲେ ।

Get real time updates directly on you device, subscribe now.