fbpx

ସର୍ବାଧିକ କରୋନା ପଜିଟିଭ୍ ଚିହ୍ନଟ ହେଉଥିବା ଦେଶର ୧୦ ଟି ଜିଲ୍ଳା ମଧ୍ୟରେ ସ୍ଥାନ ପାଇଲା ସମ୍ବଲପୁର

ଭୁବନେଶ୍ୱର, ୧୦ା୫ : ରାଜ୍ୟରେ କରୋନା ସଂକ୍ରମର ବଢ଼ିବାରେ ଲାଗିଛି । ପ୍ରତିଦିନ ଏହା ନୁଆ ରେକର୍ଡ କରୁଛି । ତେବେ ଏହା ରି ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସଂକ୍ରମଣ ହାର ବଢ଼ିଚାଲିଛି । ଲକଡାଉନ୍ ସଟଡାଉନ୍ ଲାଗୁ କରାଯାଇଥିଲେ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ଅନୁରୁପ ଭାବରେ ପିକ୍ କୁ ଆସିବାରେ ଲାଗିଛି । ଏହା ମଧ୍ୟରେ ସର୍ବାଧିକ କରୋନା ପଜିଟିଭ୍ ଚିହ୍ନଟ ହେଉଥିବା ଦେଶର ୧୦ ଟି ଜିଲ୍ଳା ମଧ୍ୟରେ ସ୍ଥାନ ପାଇଛି ଓଡିଶାର ସମ୍ବଲପୁର । ସେଠାରେ ବର୍ତ୍ତମାନ ପଜିଟିଭ୍ ହାର ୫୭.୧ ପ୍ରତିଶତ ରହିଛି । ଯାହା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି । ଓଡିଶାର ଅନ୍ୟ ରାଜ୍ୟଙ୍କ ତୁଳନାରେ ସମ୍ବଲପୁରରେ ସବୁଠାରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହି ୧୦ ଟି ଜିଲ୍ଲାରେ ମେ ୧ ତାରିଖରୁ ଅନ୍ୟ ଜିଲ୍ଳା ମାନଙ୍କ ଅପେକ୍ଷା ୫୦ ପ୍ରତିଶତ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ପଶ୍ଚିମ ଓଡିଶାରେ ସଂକ୍ରମଣ ହାର ୩୦ ପ୍ରତିଶତ ଅଧିକ ରହୁଥିବା ଆକଳନ ହୋଇଛି ।

ସୁଚନା ଅନୁସାରେ, ଶୁକ୍ରବାର ଦିନ ସମ୍ବଲପୁରରେ ୧ ହଜାର ୨୦ ସାମ୍ପଲ ପରୀକ୍ଷା ହୋଇଥିଲା । ସେଥିମଧ୍ୟରୁ ୫୪୪ଜଣଙ୍କର ସାମ୍ପଲ ସକାରାତ୍ମକ ରହିଥିଲା । ଆଉ ଏହା ପଜିଟିଭ୍ ହାରକୁ ୫୩.୩୩ ପ୍ରତିଶତକୁ ବୃଦ୍ଧି କରିଥିଲା । ତେବେ ସମ୍ବଲପୁର ପଶ୍ଚିମ ଓଡିଶାର ସବୁଠାରୁ ବଡ ଜିଲ୍ଲା ହୋଇଥିବା ବେଳେ ସେଠାରେ ଅନେକ ଗୁଡିଏ ଶିକ୍ଷାନୁଷ୍ଠାନ, ସ୍ୱାସ୍ଥ୍ୟକେନ୍ଦ୍ର ରହିଛି । ଏହାକୁ ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବାର ହବ୍ ବୋଲି ମଧ୍ୟ କୁହାଯାଇପାରେ । ଏଥିସହିତ ଅନେକ ବିଶ୍ୱବିଦ୍ୟାଳୟ ରହିଛି ଯେଉଁଠାରେ ବିଭିନ୍ନ ଜିଲ୍ଳା ତଥା ବାହାର ରାଜ୍ୟର ଛାତ୍ରଛାତ୍ରୀ ମାନେ ଆସି ପଢ଼ନ୍ତି । ଖାଲି ସେତିକି ନୁହେଁ ଏହି ଜିଲ୍ଳାର ସୀମା ଝାଡଖଣ୍ଡ ଓ ଛତିଶଗଡକୁ ଲାଗି ରହିଛି । ତେଣୁ ସେଠାରେ ସଂକ୍ରମଣର ଆଶଙ୍କା ଅଧିକ ରହୁଛି ।

ଶନିବାର ସେଠାରେ ୫୩୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲା । ଏହାପରେ ରବିବାର ୬୪୧ ମାମଲା ଚିହ୍ନଟ ହୋଇଥିଲା । ଏହାକୁ ମିଶାଇ ମୋଟ ମାମଲା ୧୯ ହଜାର ୪୧୫ ରେ ପହଞ୍ଚିଛି । ତେବେ ଆଜି ପୁଣି ୩୦୨ ନୁଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସମ୍ବଲପୁର ଜିଲ୍ଳାରେ । ବର୍ତ୍ତମାନ ଆକ୍ଟିଭ୍ କେସ୍ ୪,୭୧୨ ରହିଛି । ଆଉ ସେଠାରେ ଅଳ୍ପ ସମୟ ବ୍ୟବଧାନରେ ୮୩ ଜଣ ରୋଗୀଙ୍କର କରୋନାରେ ପ୍ରାଣ ମଧ୍ୟ ଯାଇଛି । ତେବେ ଖାଲି ସମ୍ବଲପୁର ନୁହେଁ ବରଂ ଓଡିଶାର କଳାହାଣ୍ଡି, ନୁଆପଡା ଏବଂ ସୁନ୍ଦରଗଡରେ ମଧ୍ୟ କରୋନା ମାମଲା ବଢ଼ି ବଢ଼ି ଚାଲିଛି । ସେହିପରି ସମ୍ବଲପୁର ସହରାଞ୍ଚରୁ କେବଳ ୪,୫୦୦ କେସ୍ ଏଯାବତ୍ ଚିହ୍ନଟ ହେଲେଣି । ବିଶେଷ କରି ଝାଡଖଣ୍ଡ ଏବଂ ଛତିଶଗଡ ସୀମାବର୍ତ୍ତୀ ଅଞ୍ଚଳ ମାନଙ୍କରେ ସଂକ୍ରମଣ ହାର ବୃଦ୍ଧି ପାଉଛି । ଅନ୍ୟ ପଟେ ବରଗଡ ମଧ୍ୟ ଏକ ସୀମାବର୍ତ୍ତୀ ଜିଲ୍ଳା ହୋଇଥିବାରୁ ସେଠାରେ ପଜିଟିଭ୍ ହାର ୩୪ ପ୍ରତିଶତ ରହିଛି । ତେଣୁ ସାରା ରାଜ୍ୟରେ ଏବେ ଲକଡାଉନ୍ ଲାଗୁ କରାଯାଇଛି । ସୀମାବର୍ତ୍ତୀ ଜିଲ୍ଳା ମାନଙ୍କରେ କଟକଣାକୁ ବଢ଼ାଇ ଦିଆଯାଇଛି ।

Get real time updates directly on you device, subscribe now.