fbpx

ଆସାମର ୧୫ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ହିମନ୍ତ ବିଶ୍ୱ ଶର୍ମା

ଦିସପୁର, ୧୦ା୫: ହିମନ୍ତ ବିଶ୍ୱ ଶର୍ମା ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ରାଜଭବନରେ ରାଜ୍ୟପାଳ ଜଗଦୀଶ ମୁଖୀ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ହିମନ୍ତ ଆସାମର ୧୫ତମ ଓ ବିଜେପିର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଗତକାଲି ବିଧାୟକ ଦଳ ବୈଠକରେ ହିମନ୍ତ ସର୍ବସମ୍ମତିକ୍ରମେ ବିଧାୟକ ଦଳ ନେତା ଭାବେ ମନୋନୀତ ହୋଇଥିଲେ । ଆଜିର ଶପଥ ଗ୍ରହଣ ଉତ୍ସବରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ ଯେ, ସର୍ବାନନ୍ଦ ସୋନୋୱାଲ ଓ ହିମନ୍ତଙ୍କୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଥିଲା । ଏନେଇ ଦୁଇ ନେତା ଗତାକଲି ଦିଲ୍ଲୀ ଯାଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡା ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ ଆଲୋଚନା କରିଥିଲେ । ଶେଷରେ ହିମନ୍ତଙ୍କ ହାତରେ ରାଜ୍ୟର ଶାସନ ଡୋରି ସମର୍ପଣ କରାଯାଇଥିଲା । ଉତ୍ତର-ପୂର୍ବ ଭାରତରେ ହିମନ୍ତ ବିଜେପିର ଜଣେ ସଙ୍କଟମୋଚକ ଭାବେ ଉଭା ହୋଇଛନ୍ତି । ସେ ଚଳିତ ବିଧାନସଭା ନିର୍ବାଚନରେ ଜାଲୁକବାରୀ ଆସନରୁ ନିର୍ବାଚିତ ହୋଇଛନ୍ତି ।

Get real time updates directly on you device, subscribe now.