ନୂଆଦିଲ୍ଲୀ: ୟୁରୋପୀୟ ଅନ୍ତରିକ୍ଷ ଏଜେନ୍ସି ଶନିବାର ଦିନ ୟୁରୋପୀୟ-ଜାପାନ ବେପୀକୋଲମ୍ବୀ ଅନ୍ତରିକ୍ଷଯାନ ବୁଧ ଗ୍ରହର ପ୍ରଥମ ଫଟୋ ପଠାଇଛି । ଏହା ସୂର୍ଯ୍ୟଙ୍କ ସବୁଠାରୁ ପାଖରେ ଥିବା ଗ୍ରହ । ଏନେଇ ୟୁରୋପୀୟ ଅନ୍ତରିକ୍ଷ ଏଜେନ୍ସି ପକ୍ଷରୁ କୁହାଯାଇଛି । ମାନବବିହୀନ ଅରିୟନ୍ ୫ ରକେଟ୍ କୁ ଲଞ୍ଚ କରିବାର ତିନି ବର୍ଷ ପରେ ଏହି ଫଟୋ ଉଠାଯାଇଛି । ବେପିକୋଲମ୍ବୋ ସହ ସଂଯୋଗ କରାଯାଇଥିବା କ୍ୟାମେରାରେ ଏହି ବ୍ଲାକ ଆଣ୍ଡ ହ୍ୱାଇଟ୍ ଫଟୋ ଉଠାଯାଇଛି ।
Hello Mercury! ?
One of our first views of #Mercury, taken ~10mins after close approach. More details and images to follow later today! https://t.co/6CH9vE8Z0f#MercuryFlyby #ExploreFarther pic.twitter.com/hguRQbOGi5
— BepiColombo (@BepiColombo) October 2, 2021