ପ୍ରଥମ ଥର ଆଦିବାସୀ ରାଜା ଗଣତନ୍ତ୍ର ଦିବସ ସମାରୋହରେ ହେବେ ସାମିଲ, ସମୁଦାୟର ପ୍ରତିନିଧିତ୍ୱ କରିବା ପାଇଁ ଏହା ବିଶେଷ ଅବସର

ନୂଆଦିଲ୍ଲୀ: ଆଜି ଦେଶ ୭୬ତମ ଗଣତନ୍ତ୍ର ଦିବସ ପାଳନ କରୁଛିା ଏହି ଅବସରରେ କେରଳର ଏକମାତ୍ର ଆଦିବାସୀ ରାଜା ରମଣ ରାଜମନ୍ନନ ଏବଂ ତାଙ୍କ ପତ୍ନୀଙ୍କୁ ଦିଲ୍ଲୀରେ ସାଧାରଣତନ୍ତ୍ର ଦିବସ ସମାରୋହରେ ଯୋଗଦେବା ପାଇଁ ନିମନ୍ତ୍ରଣ କରାଯାଇଛିା

ଅନୁସୂଚିତ ଜନଜାତି ବିକାଶ ବିଭାଗ ଦ୍ୱାରା ସେମାନଙ୍କୁ ନିମନ୍ତ୍ରଣ ଦିଆଯାଇଛିା

ଭାରତରେ ରାଜାମାନଙ୍କ ଶାସନ ଶେଷ ହୋଇଯାଇଛି କିନ୍ତୁ କେରଳରେ ଜଣେ ରାଜା ଅଛନ୍ତି ଯିଏ ଏବେ ବି ତାଙ୍କ ସମ୍ପ୍ରଦାୟର ନେତୃତ୍ୱ ନେଉଛନ୍ତି। ଏହା ଏକ ସ୍ୱତନ୍ତ୍ର ଅବସର କାରଣ ସେ ଏହି ଉତ୍ସବରେ ପ୍ରଥମ ଆଦିବାସୀ ରାଜା ଭାବରେ ସାମିଲ ହେବେ।

ରମଣ ରାଜମନ୍ନନ କିଏ?

ରମଣ ରାଜମନ୍ନନ, ଯାହାଙ୍କ ପ୍ରକୃତ ନାମ ଏନ୍‌. ବିନୁ । ସେ କେରଳର ଇଡୁକ୍କି ଜିଲ୍ଲାର କୋଝିମାଲା ଗାଁର। ରମଣ ମନ୍ନାନ ସମ୍ପ୍ରଦାୟର ୧୭ତମ ରାଜା ଏବଂ ୨୦୧୨ ମସିହାରେ ତାଙ୍କ ପୂର୍ବପୁରୁଷ ରାଜା ଆର‌୍ୟ୍ୟନ ରାଜମନ୍ନନଙ୍କ ମୃତ୍ୟୁ ପରେ ସିଂହାସନ ଗ୍ରହଣ କରିଥିଲେ।

ମନ୍ନାନ୍ ସମ୍ପ୍ରଦାୟ ଏକ ଅନୁସୂଚିତ ଜନଜାତି ଏବଂ ଏହାର ଲୋକମାନେ ମୁଖ୍ୟତଃ ଚାଷୀ ଏବଂ ଶ୍ରମିକ। ରମଣ ରାଜମନ୍ନନ କେବଳ ଜଣେ ପ୍ରତୀକାତ୍ମକ ରାଜାର ଭୂମିକା ତୁଲାଉଛନ୍ତି କିନ୍ତୁ ତାଙ୍କ ସମ୍ପ୍ରଦାୟର ଲୋକଙ୍କ ସମର୍ଥନ ଏବଂ ପ୍ରେମ ତାଙ୍କ ପ୍ରତି ଅଛି।

ସ୍ୱତନ୍ତ୍ର ନିମନ୍ତ୍ରଣ: ଚଳିତ ବର୍ଷ ୭୬ତମ ଗଣତନ୍ତ୍ର ଦିବସ ପାଳନ ହେବ। କେରଳର ଅନୁସୂଚିତ ଜାତି ଏବଂ ଜନଜାତି କଲ୍ୟାଣ ମନ୍ତ୍ରୀ ଓ. ଆର. କେଲୁ ରାଜାଙ୍କ ସହ ତାଙ୍କ ପତ୍ନୀଙ୍କୁ କାର‌୍ୟ୍ୟକ୍ରମରେ ଯୋଗଦେବାକୁ ନିମନ୍ତ୍ରଣ କରିଥିଲେ।

ଏହା କେବଳ ତାଙ୍କ ପାଇଁ ନୁହେଁ ବରଂ ତାଙ୍କ ସମଗ୍ର ସମ୍ପ୍ରଦାୟ ପାଇଁ ଗର୍ବର ବିଷୟ। ରମଣ କହିଥିଲେ ଯେ ଏହା ତାଙ୍କ ପାଇଁ ଏକ ବିଶେଷ ଅବସର ଏବଂ ସେ ଏହାକୁ ତାଙ୍କ ସମ୍ପ୍ରଦାୟର ପ୍ରତିନିଧିତ୍ୱ କରିବାର ସୁଯୋଗ ବୋଲି ଭାବନ୍ତି।

ମାନ୍ନାନ୍ ସମ୍ପ୍ରଦାୟର ସଂସ୍କୃତି: ମନ୍ନାନ୍ ସମ୍ପ୍ରଦାୟର ନିଜସ୍ୱ ଅନନ୍ୟ ସଂସ୍କୃତି ଏବଂ ପରମ୍ପରା ଅଛି। ଏହି ସମ୍ପ୍ରଦାୟ ଇଡୁକ୍କି ବନ୍ୟପ୍ରାଣୀ ଅଭୟାରଣ୍ୟର ବଫର ଜୋନରେ ପ୍ରାୟ ୪୮ଟି ବସତିରେ ବାସ କରନ୍ତି।

ଏଠାରେ ରହୁଥିବା ଲୋକମାନେ ପାରମ୍ପରିକ ପ୍ରଥା ପାଳନ କରନ୍ତି ଏବଂ ସେମାନଙ୍କର ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ କରନ୍ତି।

ରମଣ ରାଜମନ୍ନନ ତାଙ୍କ ସମ୍ପ୍ରଦାୟର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରନ୍ତି ଏବଂ ପଗଡ଼ି କିମ୍ବା ଟୋପି ଭଳି ସ୍ୱତନ୍ତ୍ର ପୋଷାକ ପିନ୍ଧନ୍ତି।

ସରଳ ଜୀବନ: ରମଣ ରାଜମନ୍ନନ ଜଣେ ରାଜା ହୋଇଥିଲେ ମଧ୍ୟ ତାଙ୍କର ଜୀବନ ବହୁତ ସରଳ। ସେ ଏକ ଛୋଟ ଘରେ ରୁହନ୍ତି ଏବଂ ଚାଷ କରନ୍ତି।

ତାଙ୍କର କୌଣସି ବିଶାଳ ପ୍ରାସାଦ ନାହିଁ, କିନ୍ତୁ ସେ ତାଙ୍କ ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି।

‘ଆମର ଲୋକମାନେ କୃଷକ ଏବଂ ଶ୍ରମିକ,’ ବୋଲି ସେ କୁହନ୍ତି, ଏବଂ ସେମାନେ ସର୍ବଦା ସେମାନଙ୍କ ସମ୍ପ୍ରଦାୟର କଲ୍ୟାଣ ପାଇଁ କାମ କରୁଛନ୍ତି।