fbpx

ମଇଦାରେ ତିଆରି ପରଟା ଏବଂ ପଣସ ଖାଇ ୫ ଗାଈ ମୃତ, ୯ ହସ୍ପିଟାଲରେ ଭର୍ତ୍ତି

Advertisement

ନୂଆଦିଲ୍ଲୀ: ଭାରତରେ ଗାଈଙ୍କୁ ମାଆ ଭଳି ପୂଜାର୍ଚ୍ଚନା କରାଯାଏ । ସେଥିପାଇଁ ସେମାନଙ୍କୁ ଗୋ ମାତା ବୋଲି ସମ୍ବୋଧିତ କରାଯାଏ । ଗୋ ମାତାରେ ୩୩ କୋଟି ଦେବା ଦେବୀ ବାସ କରନ୍ତି ବୋଲି ବିଶ୍ୱାସ ରହିଛି । କିନ୍ତୁ କେରଳରୁ ଏଭଳି ଏକ ଅଭାବନୀୟ ମାମଲା ସାମ୍ନାକୁ ଆସିଛି ଯାହା ଉକ୍ତ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ପଶୁପାଳକ ନିଜ ଗାଈମାନଙ୍କୁ ମଇଦାରେ ନିର୍ମିତ ପରଟା ଏବଂ ପଣସ ଖୁଆଇବାରୁ ୫ ଜଣ ଗାଈ ମୃତ୍ୟୁବରଣ କରିଛନ୍ତି । ସେହିପରି ୯ ଜଣ ଗାଈ ପଶୁ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ସୂଚନାରୁ ପ୍ରକାଶ କେରଳରେ ହସବୁଲ୍ଲା ନାମକ ଜଣେ ବ୍ୟକ୍ତି ୨୦ ବର୍ଷ ହେବ ଗୋ ପାଳନ କରୁଥିଲେ । ନିକଟରେ ପଶୁଙ୍କ ପାଇଁ ଉଦ୍ଦିଷ୍ଟ ଚାରା ମୂଲ୍ୟରେ ବୃଦ୍ଧି ଯୋଗୁଁ ହସବୁଲ୍ଲା ନିଜ ଗାଈଙ୍କୁ ମଇଦାରେ ନିର୍ମିତ ପରଟା, ପଣସ ଏବଂ ତେନ୍ତୁଳି ମଞ୍ଜିର ଚାରା ଖୁଆଉଥିଲେ । ତେବେ ଏହା ଅତ୍ୟାଧିକ ପରିମାଣରେ ଖାଇବା ଦ୍ୱାରା ଶନିବାର ଗାଈଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିଯାଇଥିଲା । ଏହା ପରେ ଉକ୍ତ କୃଷକ ଜଣଙ୍କ ପଶୁ ଚିକିତ୍ସକଙ୍କୁ ଖବର ଦେଇଥିଲେ । ପରେ ସେମାନେ ପହଂଚି ଚିକିତ୍ସା ଆରମ୍ଭ କରିଥିଲେ । ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବାନୁଯାୟୀ ଗୋରୁ ମଇଦାରେ ତିଆରି ପରଟା, ପଣସ, ଦଲିଆ ଏବଂ ଭାତ ଖାଇଲେ ଶରୀରରେ ଲ୍ୟାକଟିକ୍ ଏସିଡର ମାତ୍ରା ବୃଦ୍ଧି ହୋଇଥାଏ । ଫଳରେ ଡିହାଇଡ୍ରେସନ୍ ଯୋଗୁଁ ପଶୁର ମୃତ୍ୟୁ ହୋଇଥାଏ । ବାସି ପରଟାରେ ଫଙ୍ଗସ ସଂକ୍ରମଣର ସମ୍ଭାବନା ଅଧିକ ଥାଏ । ଏହା ସହ ଅତ୍ୟାଧିକ ମାତ୍ରାରେ କାର୍ବୋହାଇଡ୍ରେଟ୍ ଗୋରୁଙ୍କ ପାଇଁ ଠିକ୍ ନୁହେଁ । ସେମାନଙ୍କ ପାଇଁ ଘାସ ଏବଂ ସବୁଜ ଚାରା ସବୁଠାରୁ ଉତ୍ତମ ଆହାର ଅଟେ । ତେବେ ଏହି ମାମଲା ସାମ୍ନାକୁ ଆସିବା ପରେ ରାଜ୍ୟ ପଶୁପାଳନ ମନ୍ତ୍ରୀ ହସବୁଲ୍ଲାଙ୍କ ଗୋଶାଳା ଗସ୍ତ କରିଥିଲେ । ପଶୁପାଳକଙ୍କୁ ତାଙ୍କ କ୍ଷତିପୂରଣ ଦିଆଯିବ ବୋଲି ସେ କହିଥିଲେ ।

 

Get real time updates directly on you device, subscribe now.