fbpx

ଆଜିଠାରୁ ଭୁବନେଶ୍ୱରରୁ ଜୟପୁରକୁ ସିଧା ଉଡ଼ିବ ବିମାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱରରୁ ରାଜସ୍ଥାନ ଜୟପୁରକୁ ସିଧାସଳଖ ବିମାନ ସେବାର ଆଜି ଶୁଭାରମ୍ଭ ହୋଇଛି । ଇଣ୍ଡିଗୋ ପକ୍ଷରୁ ନୂଆ ବିମାନ ସେବା ଆରମ୍ଭ ହୋଇଛି । ଏନେଇ ଭିଡିଓ କନଫରେନ୍ସି ଜରିଆରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ବେସାମରିକ ଓ ବିମାନ ଚଳାଚଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଅଧ୍ୟକ୍ଷତାରେ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଭର୍ଚୁଆଲରେ ପତାକା ଦେଖାଇ ବିମାନ ସେବା ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ । କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ସାଂସଦ ଅପରାଜିତା ଷଡ଼ଙ୍ଗୀ ମନ୍ତ୍ରୀ ଅଶୋକ ପଣ୍ଡା, ସସ୍ମିତ ପାତ୍ର ଉପସ୍ଥିତ ଥିଲେ ।

କାର୍ଯ୍ୟକ୍ରମରେ ଜ୍ୟୋତିରାଦିତ୍ୟ କହିଛନ୍ତି ଯେ, ‘ଧର୍ମ, ପର୍ଯ୍ୟଟନ, ଶିକ୍ଷା ପାଇଁ ଭୁବନେଶ୍ୱରର ସ୍ଥାନ ସ୍ୱତନ୍ତ୍ର । ୧୯ଟି ସହର ସହ ଭୁବନେଶ୍ୱର ଯୋଡ଼ି ହୋଇସାରିଛି । ଆଗକୁ ଭୁବନେଶ୍ୱରକୁ ଅନ୍ୟ ସହର ସହ ଯୋଡ଼ିବା ପ୍ରସ୍ତାବକୁ ବିଚାର କରାଯିବ ।’

Get real time updates directly on you device, subscribe now.