fbpx

ଫ୍ଲିପକାର୍ଟର ‘ଦି ବିଗ୍ ବିଲିୟନ୍ ଡେଜ୍‌’ ଅଫର; ସୃଷ୍ଟି ହେବ ୧ ଲକ୍ଷ ନୂତନ ନିଯୁକ୍ତି ସୁଯୋଗ, ୯ଟି ସହରରେ ଖୋଲିବ ୧୧ଟି ନୂତନ କେନ୍ଦ୍ର

ନୂଆଦିଲ୍ଲୀ: ବିଶିଷ୍ଟ ଇ- କମର୍ସ କମ୍ପାନୀ ଫ୍ଲିପକାର୍ଟ ଫେଷ୍ଟିଭ୍ ସିଜିନରେ ‘ଦି ବିଗ୍ ବିଲିୟନ୍ ଡେଜ୍ ୨୦୨୪’ ସମୟରେ ଦେଶରେ ପ୍ରାୟ ୧ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ବୁଧବାର ଫ୍ଲିପକାର୍ଟ ଏହାର ଏକ ବୟାନରେ କହିଛି କି ଆସନ୍ତା ସିଜିନ୍ ସେଲ୍ ପୂର୍ବରୁ ୯ଟି ସହରରେ ୧୧ଟି ନୂତନ ଫୁଲଫିଲମେଣ୍ଟ ସେଣ୍ଟର ଖୋଲାଯିବ । ଏହା ସହ ଦେଶରେ ଫ୍ଲିପକାର୍ଟ ସପ୍ଲାଏ କେନ୍ଦ୍ର ୮୩କୁ ବୃଦ୍ଧି ପାଇବ । ଏହି ସମ୍ପ୍ରସାରଣ ଉତ୍ସବ ସମୟରେ ଗ୍ରାହକଙ୍କ ଚାହିଦା ବୃଦ୍ଧିରେ ସହାୟକ ହେବ । ଏହାର ମୂଳ ଉଦ୍ଦେଶ୍ୟ ହେଉଛି ପରିଚାଳନା କ୍ଷମତାକୁ ଦୃଢ଼ କରିବା ସହ ଚଳିତ ଉତ୍ସବ ସମୟରେ ଆର୍ଥିକ ସ୍ଥିତି ବୃଦ୍ଧି କରିବା ।

ବିଶିଷ୍ଟ ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟର କହିବାନୁଯାୟୀ ଇନଭେଣ୍ଟୋରୀ ମ୍ୟାନେଜର, ୱେୟାରହାଉସ ଆସୋସିଏଟ୍ସ, ଲଜିଷ୍ଟିକ୍ସ କୋର୍ଡ଼ିନେଟର, କିରାନା ପାର୍ଟନର ଏବଂ ଡେଲିଭେରୀ ଡ୍ରାଇଭର ଭଳି ପଦବୀ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏଥିପାଇଁ କମ୍ପାନୀ ଦ୍ୱାରା ନବ ନିଯୁକ୍ତ କର୍ମୀଙ୍କ ପାଇଁ ତାଲିମ ପ୍ରୋଗ୍ରାମ ଆୟୋଜିତ କରାଯିବ ଯାହା ସେମାନଙ୍କୁ ଅର୍ଡ଼ର ବୃଦ୍ଧି କରିବାରେ ସହାୟକ ହେବ । ଫ୍ଲିପକାର୍ଟର ବରିଷ୍ଠ ଉପ- ସଭାପତି ତଥା ସପ୍ଲାଇ ଚେନର ମୁଖ୍ୟ ହେମନ୍ତ ବଦରିଙ୍କ କହିବାନୁଯାୟୀ ସପ୍ଲାଇ ଚେନର ସମ୍ପ୍ରସାରଣର ଲକ୍ଷ ହେଉଛି ଗ୍ରାହକଙ୍କ ଚାହିଦାକୁ ପୂରଣ କରିବା ଏବଂ ସେମାନଙ୍କୁ ଏକ ଅନନ୍ୟ ସପିଂ ଅଭିଜ୍ଞତା ପ୍ରଦାନ କରିବା ।

ପାରମ୍ପରିକ ପ୍ରତିଦ୍ୱନ୍ଦୀ ଆମାଜନ୍ ଏବଂ ବଜାରକୁ ନୂତନ ଏଣ୍ଟ୍ରି କରିଥିବା ଜେପଟୋ, ବ୍ଲିଂକ୍ ଇଟ୍ ଏବଂ ଇନଷ୍ଟାମାର୍ଟ ଭଳି ଇ- କମର୍ସ ପ୍ରତିଦ୍ୱନ୍ଦୀଙ୍କ ସହ ମୁକାବିଲା କରିବା ପାଇଁ ଫ୍ଲିପକାର୍ଟ ଏହାର ସପ୍ଲାଇ ଚେନ୍ ଏବଂ ୱାର୍କ ଫୋର୍ସକୁ ଦୃଢ଼ କରିବା ପାଇଁ ପ୍ରସ୍ତୁତି ଚଳାଇଛି । ଫେଷ୍ଟିଭ୍ ସିଜିନକୁ ଦୃଷ୍ଟିରେ ରଖି ନିକଟରେ ଫ୍ଲିପକାର୍ଟ ଏହାର ଇନଷ୍ଟାଣ୍ଟ ଡେଲିଭେରୀ ପ୍ଲେ ଲଞ୍ଚ୍ କରିଥିଲା ।

Get real time updates directly on you device, subscribe now.