fbpx

ରାଜ୍ୟରେ ଟଳିଲା ବନ୍ୟା ଆଶଙ୍କା: ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା, ସଜାଗ ରହିବେ ସମସ୍ତ ଜିଲ୍ଲାପାଳ

ଭୁବନେଶ୍ୱର: ହୀରାକୁଦରେ ଜଳସ୍ତର କମୁଥିବାରୁ ବନ୍ୟା ହେବାର କୌଣସି ଆଶଙ୍କା ନାହିଁ । ଏନେଇ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି । ତେଣୁ ରାଜ୍ୟ ପ୍ରତି କୌଣସି ବନ୍ୟା ବିପଦ ନାହିଁ ବୋଲି ମତ ପ୍ରକାଶ କରିଛନ୍ତି ।

ସେହିପରି ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ ବନ୍ୟାପ୍ରକୋଷ୍ଠ ବୁଲି ସମୀକ୍ଷା କରିଛନ୍ତି । ଏଥିସହିତ ବନ୍ୟାସ୍ଥିତି ନଥିଲେ ମଧ୍ୟ ଜିଲ୍ଲାପାଳ ମାନଙ୍କୁ ସଜାଗ ରହିବାକୁ ଅନୁ ଗର୍ଗ କହିଛନ୍ତି  । ସେପଟେ ମୁଣ୍ଡଳି ଦେଇ ୩ଲକ୍ଷ ୮୯ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ମୁଣ୍ଡଳିର ଉପର ମୁଣ୍ଡରେ ୮୬ଫୁଟ ଓ ତଳମୁଣ୍ଡରେ ଜଳସ୍ତର ରହିଛି ୮୩.୨୦ ଫୁଟ ।

ଗତକାଲି ରାତିରୁ ମୁଣ୍ଡଳି ଦେଇ ନିଷ୍କାସିତ ହେଉଛି ହୀରାକୁଦର ବନ୍ୟାଜଳ । ବନ୍ୟା ଆଶଙ୍କା ନାହିଁ। କିନ୍ତୁ ମହାନଦୀର ତଳିଆ ଅଞ୍ଚଳ ଜଳମଗ୍ନ ହେବାରୁ  ନଦୀ କୁଳିଆ ଲୋକଙ୍କ ଏକ ଚିନ୍ତାର କାରଣ ପାଲଟିଛି । ଆଜି ଦିନ ଗୋଟାଏ ସୁଦ୍ଧା ମୁଣ୍ଡଳି ଦେଇ ୩ଲକ୍ଷ ୮୯ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ମୁଣ୍ଡଳିର ଉପର ମୁଣ୍ଡରେ ୮୬ଫୁଟ ଓ ତଳମୁଣ୍ଡରେ ଜଳସ୍ତର ରହିଛି ୮୩.୨୦ ଫୁଟ ।

Get real time updates directly on you device, subscribe now.