fbpx

କ୍ୟାରିୟର ଗ୍ରୋଥ୍ ପାଇଁ Self confidence ଉପରେ କରନ୍ତୁ ଫୋକସ୍‌, ଆପଣାନ୍ତୁ ଏହି ସହଜ ଟିପ୍ସ

ଓଡ଼ିଶା ଭାସ୍କର: ବ୍ୟକ୍ତିତ୍ୱ ବିକାଶରେ ସେଲ୍ଫ କନଫିଡେନ୍ସ ବା ଆତ୍ମବିଶ୍ୱାସ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ । ଅନେକ ବ୍ୟକ୍ତିଙ୍କ ପାଇଁ ଖୁସି ରହିବାର ସିକ୍ରେଟ୍ ହେଉଛି ଆତ୍ମବିଶ୍ୱାସ । ଆତ୍ମବିଶ୍ୱାସର ଅଭାବ ଦ୍ୱାରା ବ୍ୟକ୍ତି ନିଜକୁ ଅନ୍ୟଠାରୁ ଦୁର୍ବଳ ଭାବିଥାଏ । ମନରେ ଅନେକ ନକାରାତ୍ମକ ଚିନ୍ତାଧାରା ଆଣିଥାଏ । ଏହା ସେମାନଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ପ୍ରଭାବିତ କରିଥାଏ । ତେଣୁ ନିଜ କାର୍ଯ୍ୟକୁ ନେଇ କନଫିଡେଣ୍ଟ ଅନୁଭବ କରୁନଥିଲେ ନିମ୍ନଲିଖିତ ଟିପ୍ସ ଆପଣାନ୍ତୁ ।

୧. ସକାରାତ୍ମକ ଚିନ୍ତାଧାରା: ସକାରାତ୍ମକ ଚିନ୍ତାଧାରା ବ୍ୟକ୍ତିର ଆତ୍ମବିଶ୍ୱାସ ବୃଦ୍ଧି କରିବାରେ ସହାୟକ ହୋଇଥାଏ । ତେଣୁ ନିୟମିତ ନିଜକୁ ମୋଟିଭେଟେଡ୍ ରଖିବା ପାଇଁ ଚେଷ୍ଟା କରନ୍ତୁ । ଏହା ବ୍ୟତୀତ ସବୁବେଳେ ସକାରାତ୍ମକ ଚିନ୍ତାଧାରା ବ୍ୟକ୍ତିଙ୍କ ଗହଣରେ ସମୟ ବିତାନ୍ତୁ । ଏହା ଦ୍ୱାରା ଆପଣ ନକାରାତ୍ମକ ଚିନ୍ତାଧାରା ଠାରୁ ଦୂରେଇ ରହିବେ ।

୨. ଛୋଟ ଛୋଟ ଲକ୍ଷ୍ୟ: ସଫଳତା ଗୋଟିଏ ଦିନରେ ମିଳିନଥାଏ । ଏକାଥରେ ବଡ଼ ଲକ୍ଷ୍ୟ ବିଷୟରେ ଭାବି ଏହାକୁ ପୁରା କରିବା ପଛରେ ଧାଇଁବା ବ୍ୟର୍ଥ । ଏହା ଦ୍ୱାରା ଆମେ ଚିନ୍ତାଗ୍ରସ୍ତ ରହିଥାଉ । ତେଣୁ କ୍ୟାରିୟର ପ୍ରାରମ୍ଭରେ ଛୋଟ ଛୋଟ ଲକ୍ଷ୍ୟ ସ୍ଥିର କରନ୍ତୁ ଯାହାକୁ ପୁରା କରିବାରେ ଆପଣ ସଫଳ ହେବେ । ଏହା ଦ୍ୱାରା ପରବର୍ତ୍ତୀ ସମୟରେ ବଡ଼ ଲକ୍ଷ୍ୟ ହାସଲ କରିବା ସହଜ ହୋଇଥାଏ ।

୩. ନୂଆ ଶିଖିବା: ଜୀବନରେ କିଛି ନୂଆ ଶିଖିବା ପାଇଁ କେବେ ବି ପଛଘୁଞ୍ଚା ଦିଅନ୍ତୁ ନାହିଁ । ନୂଆ ଶିଖିବାର ପ୍ରୟାସ ଦ୍ୱାରା ଆଗକୁ ବଢ଼ିବାର ଇଚ୍ଛା ଏବଂ ଉତ୍ସୁକତା ବଜାୟ ରହିଥାଏ । ଏହା ଦ୍ୱାରା କାର୍ଯ୍ୟ ପ୍ରତି ଥିବା monotony ଦୂରେଇଥାଏ ।

୪. ଦୁର୍ବଳତାକୁ ଚିହ୍ନନ୍ତୁ: କୌଣସି ବ୍ୟକ୍ତି ପରଫେକ୍ଟ ନୁହଁନ୍ତି । ତେଣୁ ନିଜ ଭିତରେ ଥିବା ଦୁର୍ବଳତାକୁ ନେଇ ଚିନ୍ତାଗ୍ରସ୍ତ ରୁହନ୍ତୁ ନାହିଁ । ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ସଫଳତା ପାଇଁ ନିଜ ଦୁର୍ବଳତାକୁ ସୁଧାରିବା ଦିଗରେ ଫୋକସ୍ କରନ୍ତୁ ।

୫. ରିସ୍କ ନେବା ଶିଖନ୍ତୁ: ଜୀବନରେ ହାରିବା ଭୟରେ କିଛି ବ୍ୟକ୍ତି ରିସ୍କ ନେବାକୁ ପଛଘୁଞ୍ଚା ଦେଇଥାନ୍ତି । ନିଜ ଅସଫଳତାକୁ ନେଇ କେବେ ନିରାଶ ରୁହନ୍ତୁ ନାହିଁ । ରିସ୍କ ନେବା ଦ୍ୱାରା ଆପଣ ନିଜ ଭିତରେ ଥିବା ଦକ୍ଷତାକୁ ଚିହ୍ନିଥାନ୍ତି ।

୬. ପୋଷାକ: ଅନେକ ସମୟରେ ପୋଷାକ ଆମ ବ୍ୟକ୍ତିତ୍ୱ ବିଷୟରେ ଅନେକ କିଛି କହିଥାଏ । ତେଣୁ ଏପରି ପୋଷାକ ପରିଧାନ କରନ୍ତୁ ଯେଉଁଥିରେ ଆପଣ କନଫିଡେଣ୍ଟ ଅନୁଭବ କରିବେ । ଏହା ସହ ନିଜ ଲୁକ୍ ଏବଂ ବଡି ଲାଙ୍ଗୁଏଜ୍ ଉପରେ ଧ୍ୟାନ ଦିଅନ୍ତୁ । ବିଶେଷ କରି ଚେହେରାରେ ସ୍ମିତ ହସ ଆପଣଙ୍କ ସୁନ୍ଦରତାକୁ ଦ୍ୱିଗୁଣିତ କରିଥାଏ ।

୭. ସହକର୍ମୀଙ୍କ ସହଯୋଗ ନିଅନ୍ତୁ: କାର୍ଯ୍ୟକ୍ଷେତ୍ରରେ କାମକୁ ନେଇ ମନରେ କିଛି ସନ୍ଦେହ ଆସିଲେ ସହକର୍ମୀଙ୍କୁ ପଚାରିବାରେ କୁଣ୍ଠାବୋଧ କରନ୍ତୁ ନାହିଁ । ମନରେ ସନ୍ଦେହ ରହିଲେ ଆପଣ କେବେ କ୍ୟାରିୟରରେ ଆଗକୁ ବଢ଼ିପାରିବେ ନାହିଁ ।

Get real time updates directly on you device, subscribe now.