fbpx

ଜୀବନରେ ସଫଳତା ପାଇବା ପାଇଁ ଆପଣାନ୍ତୁ ଏହି ନୀତି, ଛୁଇଁବେ ଶିଖର

ଆଚାର୍ଯ୍ୟ ଚାଣକ୍ୟ ହେଉଛନ୍ତି ଦୁନିଆର ସର୍ବଶ୍ରେଷ୍ଠ ବିଦ୍ୱାନ। ସେ କେବଳ ଜଣେ ଦକ୍ଷ ରାଜନୀତିଜ୍ଞ, କୁଟନୀତିଜ୍ଞ, ରଣନୀତିଜ୍ଞ ନ ଥିଲେ ଅର୍ଥଶାସ୍ତ୍ରରେ ତାଙ୍କର ଥିଲା ପ୍ରଗାଢ଼ ଜ୍ଞାନ। ତାଙ୍କର ପ୍ରେରଣାଦାୟୀ ବାଣୀକୁ ଆହରଣ କଲେ, ଯେ କେହି ବି ସଫଳତା ଛୁଇଁ ପାରିବ। ଚାଣକ୍ୟ କୁହନ୍ତି, ଜଣେ ମଣିଷ ନିଜ ଗୁଣ ଆଧାରରେ ଜୀବନରେ ସଫଳତା ପାଇଥାଏ। ଚାଣକ୍ୟ ଆମକୁ ଦେଖାଇଥିବା ରାସ୍ତାରେ ଚାଲିଲେ, ଆମେ କେବେହେଲେ ହାରିବା ନାହିଁ। ସଫଳତାର ଶିଖର ଛୁଇଁ ପାରିବା। ଚାଣକ୍ୟଙ୍କ ନିମ୍ନଲିଖିତ ନୀତି ଆପଣାନ୍ତୁ, ଜୀବନରେ ସଫଳତା ନିଶ୍ଚିତ ମିଳିବ।…

ସବୁବେଳେ ସକରାତ୍ମକ ଚିନ୍ତା କରନ୍ତୁ-

ସକରାତ୍ମକ ଚିନ୍ତା ରଖୁଥିବା ମଣିଷ କଠିନ ପରିସ୍ଥିତିରେ ମଧ୍ୟ ହାରିନଥାଏ। ତେଣୁ ମଣିଷ ସବୁବେଳେ ସତ୍କାରତ୍ମକ ଚିନ୍ତା କରିବା ଉଚିତ୍। ଚାଣକ୍ୟଙ୍କ ଅନୁସାରେ ଯେଉଁ ମଣିଷ ଜୀବନର କଠିନ ସମୟରେ ଭୟଭୀତ ହୋଇ ଆଗକୁ ନ ବଢେ, ସେ ଜୀବନରେ କେବେ ବି ସଫଳତା ପାଇନାହିଁ।

ଅଳସୁଆ ହୁଅନ୍ତୁ ନାହିଁ-

ଚାଣକ୍ୟ କହିଛନ୍ତି, ସେହି ମଣିଷ ସଫଳତାର ସ୍ୱାଦ ଚାଖିଥାଏ ଯିଏ ପରିଶ୍ରମ କରିବାକୁ ଭଲ ପାଇଥାଏ। ଅଳସୁଆ ଲୋକଙ୍କୁ ସଫଳତା ମିଳି ନଥାଏ। ଅଳସୁଆ ହେବା ଦ୍ୱାରା ଘରେ ଦରିଦ୍ରତା ଆସିଥାଏ। ଆଉ ସେମାନଙ୍କୁ କେହି ପସନ୍ଦ କରିନଥାନ୍ତି। ସଫଳତା ପାଇବାକୁ ହେଲେ ଆଳସ୍ୟଠୁ ଦୂରରେ ରୁହନ୍ତୁ।

ଯାହା ଭାଗ୍ୟରେ ଅଛି କହି ବସନ୍ତୁ ନାହିଁ –

ଯେଉଁ ମଣିଷକୁ ସବୁବେଳେ ବିଫଳତା ମିଳିବା ସତ୍ତ୍ୱେ ପରିଶ୍ରମ କରିବାକୁ କେବେହେଲେ ଭୁଲେ ନାହିଁ, ସେ ନିଶ୍ଚୟ ସଫଳତା ପାଇଥାଏ। ଚାଣକ୍ୟ ଅନୁସାରେ ଯେଉଁ ମଣିଷ ଭାଗ୍ୟ ଉପରେ ‌ନିର୍ଭର କରି ବସି ରହିଥାଏ, ସେ କେବେ ହେଲେ ଜୀବନରେ ସଫଳତା ପାଇ ନ ଥାଏ। ଭାଗ୍ୟ ଉପରେ କିଛି ନ ଛାଡ଼ି, ନିଜ ଭାଗ୍ୟ ନିଜେ ତିଆରି କର।

ସମସ୍ତଙ୍କ ସହ ସଂପର୍କ ଭଲ ରଖନ୍ତୁ –

ଚାଣକ୍ୟଙ୍କ ଅନୁସାରେ ଜଣେ ମଣିଷ ପରିବାର ଲୋକଙ୍କ ବ୍ୟତୀତ ଅନ୍ୟ ଲୋକମାନଙ୍କ ସହ ସୁସଂପର୍କ ରଖିବା ଉଚିତ।‌ ଏଭଳି ବ୍ୟକ୍ତି ଜୀବନରେ ନିଶ୍ଚୟ ସଫଳତା ପାଇଥାନ୍ତି। ତେଣୁ ଆମେ ସମସ୍ତଙ୍କ ସହ ଭଲ ସମ୍ପର୍କ ରଖିବା ଆବଶ୍ୟକ। ଯାହା ଆପଣଙ୍କ ଜୀବନରେ ଆଗକୁ ବଢ଼ିବାକୁ ସାହାଯ୍ୟ କରିଥାଏ।

ଆପଣଙ୍କ ଦୁର୍ବଳତା କାହାକୁ କୁ‌ହନ୍ତୁ ନାହିଁ –

ସାଧାରଣତଃ ମଣିଷ ନିଜର ଦୁର୍ବଳତା ଅନ୍ୟମାନଙ୍କୁ କହି ଦିଅନ୍ତି। ଫଳରେ ସେହି ଲୋକ ଆପଣଙ୍କ ବିଷୟରେ ‌ସମସ୍ତଙ୍କୁ କହିଦିଏ। ଶେଷରେ ଆମେ ଦୁଃଖ ପ୍ରକାଶ କରିଥାଉ। କିଛି ଲୋକ ଆପଣଙ୍କ ଦୁର୍ବଳତାର ଫାଇଦା ଉଠାଇ ପାରନ୍ତି। ତେଣୁ ଆମେ ଆମର ଦୁର୍ବଳତାକୁ କାହା ସହିତ ଶେୟାର କରିବା ନାହିଁ।

Get real time updates directly on you device, subscribe now.