fbpx

ବିଜୁଳି ବିଲକୁ ନେଇ ଚିନ୍ତିତ କି ? କମ୍ କରିବାକୁ ଆପଣାନ୍ତୁ ଏହି ଉପାୟ

ବର୍ତ୍ତମାନ ବିଦ୍ୟୁତ ବିଲକୁ ନେଇ ଗ୍ରାହକଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ବିଜୁଳି ବିଲ୍‌କୁ ନେଇ ଆପଣ ଚିନ୍ତିତ କି? ଯଦି ହଁ, ତେବେ ନିମ୍ନୋକ୍ତ କେତୋଟି ଟିପ୍ସକୁ ଆପଣାଇଲେ କିଛିମାତ୍ରାରେ ବିଜୁଳି ବିଲ୍‌ କମାଇ ପାରିବେ…

– ଯଦି ରୁମ୍‌ରେ କେହିନାହାନ୍ତି ଏବଂ ସେଠାରେ ଲାଇଟ୍‌ ଜଳୁଛି କିମ୍ବା ଫ୍ୟାନ୍‌ ବୁଲୁଛି, ତେବେ ସେ ରୁମ୍‌ର ଲାଇଟ୍‌ ଓ ଫ୍ୟାନ୍‌ର ସୁଇଚ୍‌ ଅଫ୍‌ କରିଦିଅନ୍ତୁ।

– ବେଳେବେଳେ ଆପଣ ବାଥ୍‌ରୁମ୍‌ ଯାଇଥିବେ, କିନ୍ତୁ ଲାଇଟ୍‌ ଅନ୍‌ କରିଥିବେ। ସୁଇଚ୍‌ ଅଫ୍‌ କରିବାକୁ ଭୁଲିଯାନ୍ତି। ଏଥିପାଇଁ ସତର୍କ ରହିବା ଉଚିତ୍‌।

– ରୋଷେଇ ଘରେ ଯଦି ଆବଶ୍ୟକ ପଡୁଛି ଲାଇଟ୍‌ ସୁଇଚ୍‌ ଅନ୍‌ କରନ୍ତୁ। ଯେତେବେଳେ ଆପଣ ରୋଷେଇ ଘରେ ନାହାନ୍ତି, ତେବେ ଲାଇଟ୍‌ ସୁଇଚ୍‌ ଅଫ୍‌ କରିଦିଅନ୍ତୁ।

– ଯଦି ଆପଣ ଏସି କିମ୍ବା ଫ୍ରିଜ୍‌ କିଣୁଛନ୍ତି, ଚେଷ୍ଟା କରନ୍ତୁ ୫ ଷ୍ଟାର ଥିବା ଏସି କିମ୍ବା ଫ୍ରିଜ୍‌ କିଣିବା ପାଇଁ। ଏହା ଆପଣଙ୍କ ବିଜୁଳି ବିଲ୍‌ କମ୍‌ କରିବାରେ ସାହାଯ୍ୟ କରିବ।

– ଯଦି ଆପଣ ଘରେ କିଛିଦିନ ରହୁନାହାନ୍ତି, ତେବେ ଫ୍ରିଜ୍‌ ସୁଇଚ୍‌ ଅଫ୍‌ କରିଦିଅନ୍ତୁ। ଲାଇଟ୍‌, ଟିଭି, କୁଲର, ଏସି ଆଦି ଆବଶ୍ୟକ ପଡିଲେ ଚଲାନ୍ତୁ। କୌଣସି ଜିନିଷ ଆବଶ୍ୟକ ନ ଥିଲେ ଚଲାନ୍ତୁ ନାହିଁ।

– ଯଦି ବି ଆପଣ ଚାହୁଁଛନ୍ତି ଆପଣଙ୍କ ଇଲେକ୍‌ଟ୍ରିକ୍‌ ବିଲ୍‌ କମ୍‌ ହେଉ, ତେବେ ଘରେ ସବୁବେଳେ ଏଲଇଡି ଲାଇଟ୍‌ ବ୍ୟବହାର କରନ୍ତୁ।

Get real time updates directly on you device, subscribe now.