ପୁରୀ: ପଞ୍ଜିକା ସମନ୍ୱୟ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ । ବୈଠକ ଶେଷ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା ।
ଶ୍ରୀମନ୍ଦିର ସମ୍ବନ୍ଧୀୟ ଯାନିଯାତ୍ରା ନେଇ ସହମତି ହୋଇଥିବା କହିଲେ ଅରବିନ୍ଦ ପାଢ଼ୀ । ବିଶେଷକରି ୫ଟି ପଞ୍ଜିକାର ପାଣ୍ଡୁଲିପିକୁ ନେଇ ଆଲୋଚନା ହୋଇଛି ।
ମହାପ୍ରଭୁଙ୍କ ନୀତିକାନ୍ତି ତିଥି ନେଇ ସମସ୍ତେ ସହମତ ହେଲେ । ଏ ନେଇ ଚିଠା ଅନୁମୋଦିତ ହୋଇଛି, କେହି ଭୁଲ୍ ତଥ୍ୟ ଦେବେନି ।
ମହାପ୍ରଭୁଙ୍କ ନୀତିକାନ୍ତି ଏବଂ ପର୍ବକୁ ନେଇ ଅନେକ ସମୟରେ ପାଞ୍ଜିକାରେ ଦେଇଥିବା ଦିନ ଓ ତାରିଖକୁ ନେଇ ଦ୍ୱନ୍ଦ୍ୱ ଉପୁଜିଥାଏ । ତାହାକୁ ଦୂର କରିବା ପାଇଁ ଆଜିର ଏ ବୈଠକ ବସିଥିଲା । ଯେଉଁଥିରେ ୫ ପ୍ରକାର ପଞ୍ଜିକାକୁ ନେଇ ଆଲୋଚନା କରାଯାଇଥିଲା ।
ଅନ୍ୟପଟେ ଭୁଲ ତଥ୍ୟ ଦେଲେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ।