ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବଢ଼ିଲା ଅଡୁଆ, ଖୁବଶୀଘ୍ର ଜେଲ୍ ଯିବେ ଶେଖ୍ ହାସିନା !

ଦିନକୁ ଦିନ ବଢ଼ିବାରେ ଲାଗିଛି ଶେଖ୍ ହାସିନାଙ୍କ ସମସ୍ୟା।

ଢ଼ାକା: ପୂର୍ବତନ ପ୍ରଧାନମନ୍ତ୍ରୀଙ୍କର ପୁଣି ବଢ଼ିଲା ଅଡୁଆ। ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ସମସ୍ୟା ଥମିବା ବଦଳରେ ଦିମନକୁ ଦିନ ବଢ଼ିବାରେ ଲାଗିଛି।  ତାଙ୍କୁ ଗୋଟେ ପରେ ଗୋଟେ ଝଟକା ମିଳୁଛି।

ଏବେ ପୁଣିଥରେ ଶେଖ୍ ହାସିନାଙ୍କୁ ଆଉ ଏକ ମାମଲାର ବିଚାରକୁ ସାମ୍ନା କରିବାକୁ ପଡ଼ିବ।  ମାନବତା ବିରୋଧୀ ଅପରାଧ ମାମଲାରେ ତାଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଛି।

ଏହି ଖବର ବାଂଲାଦେଶର ସ୍ଥାନୀୟ ଗଣମାଧ୍ୟମରୁ ପ୍ରକାଶ ପାଇଛି।  କୁହାଯାଉଛି ଯେ, ମାନବତା ବିରୋଧୀ ଅପରାଧ ସମେତ ୫ଟି ମାମଲାରେ ଢାକାର ଏକ କୋର୍ଟରେ ଶେଖ୍ ହାସିନାଙ୍କ ବିରୋଦ୍ଧରେ ଏକ ଆନୁଷ୍ଠାନିକ ଚାର୍ଜସିଟ୍ ଦାଖଲ କରାଯାଇଛି।

ସୂଚନାନୁସାରେ, ୨୦୨୪ ମସିହାରେ ଜୁଲାଇ-ଅଗଷ୍ଟ ମାସରେ ବାଂଲାଦେଶରେ ଘଟିଥିବା ହିଂସା ସମୟରେ ପ୍ରାୟ ୧୪୦୦ ସାଧାରଣ ନାଗରିକଙ୍କ ମୃତ୍ୟୁ ପାଇଁ ଶେଖ୍ ହାସିନାଙ୍କୁ ଦାୟୀ କରାଯାଇଛି। ଏହି ହିଂସାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶ ଛାତ୍ର ଥିଲେ।