ବିଜେଡିକୁ ଶକ୍ତ ଝଟ୍କା, ଦଳରୁ ଇସ୍ତଫା ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଝିଅ
ବିଜୁ ଜନତା ଦଳ (BJD)କୁ ଶକ୍ତ ଝଟ୍କା । ଦଳରୁ ଇସ୍ତଫା ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଝିଅ ।
ଭୁବନେଶ୍ବର: ବଡ଼ ଖବର । କିଛି ଦିନ ପରେ ପୁଣି ବିଜୁ ଜନତା ଦଳ (BJD)କୁ ଶକ୍ତ ଝଟ୍କା । ଦଳରୁ ଇସ୍ତଫା ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଝିଅ । ବୁଧବାର ବିଜେଡିରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନୀତା ବିଶ୍ବାଳ । ବିଜେଡ଼ିର ପ୍ରାଥମିକ ସଦ୍ୟସତା ପଦରୁ ଦେଇଛନ୍ତି ଇସ୍ତଫା । ବ୍ୟକ୍ତିଗତ କାରଣ ଦର୍ଶାଇ ବିଜେଡ଼ିରୁ ଇସ୍ତଫା ଦେଇଛନ୍ତି ।
ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଥିବା ସୂଚନା ମିଳିଛି । ୨୦୧୯ ରେ ସୁନ୍ଦରଗଡ଼ ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇଥିଲେ ସୁନୀତା ବିଶ୍ବାଳ । କିନ୍ତୁ ପରାଜିତ ହୋଇଥିଲେ ।