fbpx

ମଧ୍ୟପ୍ରଦେଶର ନୂତନ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଯାଦବଙ୍କ ଶପଥ ଗ୍ରହଣ ପୂର୍ବରୁ କ’ଣ କହିଥିଲେ ଶିବରାଜ?

Advertisement

ଭୋପାଲ: ମଧ୍ୟପ୍ରଦେଶର ନୂତନ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଯାଦବ ଶପଥ ଗ୍ରହଣ କରିଛନ୍ତି । ବିଜେପି ପକ୍ଷରୁ ହୋଇଥିବା ବିଧାୟକ ଦଳ ବୈଠକରେ ଶିବରାଜ ସିଂ ଚୌହାନ ମୋହନ ଯାଦବଙ୍କ ନାଁ ସୁପାରିଶ କରିଥିଲେ । ଏହା ସମସ୍ତଙ୍କୁ ଚକିତ କରିଥିଲା । ତେବେ ମୋହନ ଯାଦବଙ୍କ ଶପଥ ଗ୍ରହଣ ସମାରୋହ ପୂର୍ବରୁ ଶିବରାଜ ସିଂ କହିଥିଲେ, ‘ମୋତେ ବିଶ୍ୱାସ ଅଛି ଯେ ନୂତନ ମୁ୍‌ଖ୍ୟମନ୍ତ୍ରୀ ରାଜ୍ୟରେ ସମୃଦ୍ଧି, ବିକାଶ ଏବଂ ଜନକଲ୍ୟାଣର ନୂତନ ଶିଖରକୁ ନେଇଯିବେ । ତାଙ୍କୁ ବହୁତ ବହୁତ ଅଭିନନ୍ଦନ ।’ ଏହା ଶିବରାଜଙ୍କ ପାଇଁ ଏକ ଭାବପୂର୍ଣ୍ଣ ମୁହୂର୍ତ୍ତ ଥିଲା । ଦେଖନ୍ତୁ ଏହି ଭିଡ଼ିଓ…

Get real time updates directly on you device, subscribe now.