fbpx

ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପରଲୋକ

Advertisement

ଭୁବନେଶ୍ୱର(ଓଡିଶା ଭାସ୍କର): ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କର ଆଜି ପରଲୋକ ଘଟିଛି । ୬୭ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ତାଙ୍କର ଦେହାନ୍ତ ହୋଇଛି । ବିଜୟଶ୍ରୀଙ୍କ ପରଲୋକ ନେଇ ତାଙ୍କ ନିକଟ ସମ୍ପର୍କୀୟ ସୂଚନା ଦେଇଛନ୍ତି ।

ତେବେ ବିଜୟଶ୍ରୀ ରାଉତରାୟ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ପୁଅ । ବାସୁଦେବପୁର ନିର୍ବାଚନ ମଣ୍ଡଳିରୁ ସେ ୬ ଥର ଜିତିଥିଲେ । ନବୀନ ସରକାରରେ ସେ ଏକାଧିକ ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ସ୍ୱାସ୍ଥ୍ୟ, ଜଙ୍ଗଲ ଓ ପରିବେଶ ବିଭାଗର ମନ୍ତ୍ରୀ ଥିଲେ ବିଜୟଶ୍ରୀ ।

ସେ ଭଦ୍ରକ ବାସୁଦେବପୁର ବିଧାନସଭା ଆସନରୁ ୧୯୯୦ ମସିହାରୁ ବିଧାନସଭାକୁ ଅନେକ ଥର ନିର୍ବାଚିତ ହୋଇ ଆସିଛନ୍ତି । ୧୯୯୦ ମସିହାରୁ ୨୦୧୪ ପର୍ଯ୍ୟନ୍ତ ଲଗାତାର ୬ ଥର ପାଇଁ ସେ ଏହି ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ୨୦୧୯ ମସିହାରେ ତାଙ୍କ ପୁଅ ବିଷ୍ଣୁବ୍ରତ ରାଉତରାୟ ଏହି ଆସନରୁ ନିର୍ବାଚନ ଲଢି ଜିତିଥିଲେ । ବିଜୟଶ୍ରୀ ରାଉତରାୟ ବିଜେଡିର ଉପସଭାପତି ଭାବ ୨୦୨୦ ମସିହାରେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ତେବେ କରୋନାରୁ ସୁସ୍ଥ ହୋଇ ଅନ୍ୟ ରୋଗରେ ପୀଡିତ ଥିଲେ ବିଜୟଶ୍ରୀ ।

ତାଙ୍କ ବିୟୋଗରେ ପଚାଂୟତିରାଜ , ପାନୀୟଜଳ ,ଆଇନ , ଗୃହ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଗଭୀର ଶୋକ ପ୍ରକାଶ କରିଛନ୍ତି । ମନ୍ତ୍ରୀ ଶ୍ରୀ ଜେନା ତାଙ୍କ ଶୋକ ବାର୍ତାରେ କହିଛନ୍ତି ଯେ ସ୍ୱର୍ଗତ ରାଉତରାୟଙ୍କ ବିୟୋଗ ଖବର ପାଇ ସେ ମର୍ମାହତ । ସେ ଜଣେ ମିଷ୍ଠଭାଷୀ , ପରୋପକାରୀ , ବନ୍ଧୁବଚ୍ଛଳ , ସମଜସେବୀ ଥିଲେ । ତାଙ୍କର ବିୟୋଗ ଅତ୍ୟନ୍ତ ଦୁଃଖଦାୟକ ବୋଲି ମନ୍ତ୍ରୀ ଶ୍ରୀ ଜେନା ପ୍ରକାଶ କରିଛନ୍ତି । ଏଥି ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

Get real time updates directly on you device, subscribe now.