fbpx

ପୂର୍ବତନ MLAଙ୍କ ଦେହାନ୍ତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଳାହାଣ୍ଡି ଜିଲ୍ଲାର ଜଣେ ପୂର୍ବତନ ବିଧାୟିକାଙ୍କ ପରଲୋକ ଘଟିଛି । ପୂର୍ବତନ ବିଧାୟିକା ରୋଶନି ସିଂଦେଓଙ୍କର ୮୨ ବର୍ଷ ବୟସରେ ପରଲୋକ ଘଟିଛି । ଶ୍ରୀମତୀ ସିଂଦେଓ ତାଙ୍କର ଭୁବନେଶ୍ୱରସ୍ଥିତ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି । ତାଙ୍କର ମୃତ୍ୟୁ ସମ୍ବାଦ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀ ଲାଲଙ୍କ ସମେତ ବହୁତ ରାଜନେତା, ପ୍ରଶାସକ, ସାମ୍ବାଦିକ, ଶୁଭେଚ୍ଛୁ ଓ ଆତ୍ମୀୟସ୍ୱଜନ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି ।

ଶ୍ରୀମତୀ ସିଂଦେଓ ଦୁଇଥର ବିଧାୟିକା ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ଗତ ୧୯୯୫ ଓ ୨୦୦୦ ମସିହାରେ ଲଗାତର ଦୁଇଥର କୋକସରା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଥିଲେ । ସେ ହେଉଛନ୍ତି ବିଜେଡି ନେତା ପୁଷ୍ପେନ୍ଦ୍ର ସିଂଦେଓଙ୍କ ମାଆ । ତାଙ୍କର ମୃତ୍ୟୁରେ ସମଗ୍ର କଳାହାଣ୍ଡି ଜିଲ୍ଲାରେ ଶୋକର ଲହରି ଖେଳିଯାଇଛି ।

Get real time updates directly on you device, subscribe now.