ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜେଡି଼ରେ ଯୋଗ ଦେଲେ ମୟୂରଭଞ୍ଜ ଜିଲ୍ଲା ବହଳଦା ପୂର୍ବତନ ବିଧାୟକ ଲକ୍ଷ୍ମଣ ସୋରେନ । ନିର୍ବାଚନ ପୂର୍ବରୁ ସେ ଫୁଙ୍କିଛନ୍ତି ଶଙ୍ଙ୍ଖ । ଲକ୍ଷ୍ମଣଙ୍କ ସହ ୪୮ ଜଣ ଆଜି ଦଳୀୟ କାର୍ୟ୍ୟାଳୟରେ ବିଜେଡି଼ରେ ମିଶିଛନ୍ତି । ଏହା ପୂର୍ବରୁ ସେ ବିଜେପି ଦଳର ନେତା ଥିଲେ । ସେ ବିଜେପିରୁ ୨୦୦୦ ମସିହାରେ ୨୧୦୦ ଅଧିକ ଭୋଟରେ ଜିତିଥିଲେ । ସେ ୨୦୦୪ରୁ ବିଜେପି ଟିକେଟ ନ ପାଇବାରୁ କଂଗ୍ରେସରୁ ଲଢ଼ି ପରାଜିତ ହୋଇଥିଲେ ।
ପୁଣି ସେହି ୨୦୦୪ରେ ସେ ବିଜେପିକୁ ଫେରିଥିଲେ । ହେଲେ ତା ପରଠାରୁ ବିଜେପି ତାଙ୍କୁ ଆଉ ନିର୍ବାଚନ ଲଢ଼ିବାକୁ ସୁଯୋଗ ଦେଇ ନଥିଲା । ଯେଉଁଥି ପାଇଁ ସେ ଆଜି ବିଜେପି ଛାଡ଼ିଛନ୍ତି । ୨୦୧୨ରୁ ଏଯାଏ ତାଙ୍କ ପତ୍ନୀ ଦେଓଲା ସୋରେନ ବହଳଦା ବ୍ଲକ ଯଶିପୁର ଗ୍ରାମ ପଞ୍ଚାୟତରେ ସରପଞ୍ଚ ଅଛନ୍ତି ।
Prev Post