fbpx

ପୂର୍ବତନ YouTube ସିଇଓ ସୁଜାନଙ୍କ ପୁଅଙ୍କର ମିଳିଲା ମୃତଦେହ, ଡ୍ରଗ୍ ଓଭରଡୋଜରୁ ମୃତ୍ୟୁ ଆଶଙ୍କା

ବର୍କେଲି : ପୂର୍ବତନ ୟୁଟ୍ୟୁବ୍ ସିଇଓ ସୁସାନ୍ ୱୋଜିକ୍କିଙ୍କ ୧୯ ବର୍ଷର ପୁଅ ମାର୍କୋ ଟ୍ରାପରଙ୍କର ମୃତ୍ୟୁ ହୋଇଛି । ତାଙ୍କ ମୃତଦେହ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ବର୍କେଲି କ୍ୟାମ୍ପସରେ ଥିବା ଏକ ଛାତ୍ରାବାସରେ ମିଳିଥିଲା । ପରିବାର ଲୋକେ ଏହି ଘଟଣାକୁ ନିଶ୍ଚିତ କରିଛନ୍ତି । ଡ୍ରଗ୍ ଓଭରଡୋଜ୍ ହେତୁ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି ।

ମାର୍କୋ ଟ୍ରାପର୍ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ବର୍କେଲି କ୍ୟାମ୍ପସରେ ଥିବା କ୍ଲାର୍କ କେର୍ ଛାତ୍ରାବାସରେ ରହୁଥିଲେ । ସେ ରୁମରୁ ବାହାରକୁ ଆସି ନଥିଲେ ଏବଂ କବାଟ ବାଡେଇଲେ ମଧ୍ୟ କୌଣସି ପ୍ରତିକ୍ରିୟା ଦେଇନଥିଲେ । ଏହା ପରେ ବିଶ୍ୱବିଦ୍ୟାଳୟର ଅଧିକାରୀମାନେ କବାଟ ଖୋଲିଥିଲେ । ମାର୍କୋ ଟ୍ରାପରଙ୍କ ମୃତଦେହ ଭିତରୁ ମିଳିଥିଲା ।

ମାର୍କୋ ଟ୍ରାପରଙ୍କ ମୃତ୍ୟୁର କାରଣ ବିଷୟରେ ନିର୍ଦ୍ଦିଷ୍ଟ ସୂଚନା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ । କୌଣସି ଗଡବଡ଼ ହେବାର ସୂଚନା ନାହିଁ ବୋଲି କ୍ୟାମ୍ପସ ପୋଲିସ କହିଛି । ମାର୍କୋ ଟ୍ରାପରଙ୍କ ଜେଜେମା ଏଷ୍ଟର୍ ୱୋଜିକ୍କି ଆଶଙ୍କା କରୁଛନ୍ତି ଯେ, ନିଶା ପଦାର୍ଥର ଅତ୍ୟଧିକ ସେବନ ଯୋଗୁଁ ଟ୍ରାପରଙ୍କର ମୃତ୍ୟୁ ହୋଇଥାଇପାରେ ।

Get real time updates directly on you device, subscribe now.