fbpx

Vivo ମୋବାଇଲ କିଣିଲେ ମିଳୁଛି ୪ ହଜାର ଟଙ୍କାର CashBack: FIFA ୱାର୍ଲ୍ଡ କପ୍ ଟିକେଟ ବି ଜିତିପାରନ୍ତି

ନୂଆଦିଲ୍ଲୀ: ଭିଭୋ ତରଫରୁ ତା’ର ଗ୍ରାହକଙ୍କ ପାଇଁ ଏକ ଶାନଦାର ଅଫର ଲଞ୍ଚ କରାଯାଇଛି । ଏଥିରେ ଆପଣଙ୍କୁ ୪ ହଜାର ଟଙ୍କା ପର୍ଯ୍ୟନ୍ତ କ୍ୟାଶବ୍ୟାକ ମିଳୁଛି । ଏଥିସହିତ ଆପଣମାନେ କତାରଠାରେ ଅନୁଷ୍ଠିତ ହେବାକୁ ଥିବା ଫିଫା ୱାର୍ଲ୍ଡ କପ୍ ଟିକେଟ ଜିତିବାର ସୁଯୋଗ ରହିଛି । ଏହି ସ୍ମାର୍ଟଫୋନରେ ଅତିରିକ୍ତ ୱାରେଣ୍ଟି ଦିଆଯାଉଛି । ଭିଭୋର ଏହି ଫୋନକୁ କ୍ୟାଶବ୍ୟାପ ଅଫର ସହିତ ବିକ୍ରି କରାଯାଉଛି ।

ଏନେଇ ଭିଭୋ ଇଣ୍ଡିଆ ପକ୍ଷରୁ କୁହାଯାଇଛି, ଗ୍ରାହକ କୈନ୍ଦ୍ରିକ ବ୍ରାଣ୍ଡ କାରଣରୁ ୟୁଜର୍ସଙ୍କୁ ଅନେକ ପ୍ରଡକ୍ଟସର ବେନିଫିଟର ଗ୍ୟାରେଣ୍ଟି ଦିଆଯାଉଛି । ଏଥିରେ ୟୁଜର୍ସଙ୍କ ପାଖରେ ଅନେକ ଅଫର ଉପଲବ୍ଧ ରହିବ । ଗ୍ରାହକଙ୍କ ପାଖରେ ଇଜି ଫାଇନାନ୍ସ ଅପ୍ସନ ମଧ୍ୟ ରହିବ । ଫାଇନାନ୍ସ ସ୍କିମ ସହିତ ଏହି ଅଫରର ଫାଇଦା ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ରହିବ ।

ଗ୍ରାହକମାନେ ଏହି ଅଫର ମାଧ୍ୟମରେ ବମ୍ପର ରିହାତିର ଫାଇଦା ଉଠାଇ ପାରିବେ । କ୍ରେତାଙ୍କୁ ଭିଭୋ ଏକ୍ସ୮୦ ସିରିଜ, ଭି୨୫ ପ୍ରୋ, ଭି୨୩ଇ, ୱାଇ୨୧ଜି, ୱାଇ୩୫ ପରି ଫୋନ ଉପରେ ୬ ମାସର ଅତିରିକ୍ତ ୱାରେଣ୍ଟି ମିଳିବ । ଏଥିସହିତ ଗ୍ରାହକଙ୍କୁ ମୁଖ୍ୟ ବ୍ୟାଙ୍କ ସହିତ ଜିରୋ ଡାଉନ ପେମେଣ୍ଟରେ ବିନା ସୁଧ ଓ ବିନା ଇଏମଆଇ ଅପ୍ସନ ମଧ୍ୟ ମିଳିବ ।

Get real time updates directly on you device, subscribe now.