ଢେଙ୍କାନାଳ: ଢେଙ୍କାନାଳ ମଠକରଗୋଳାରେ ବାବାଙ୍କ କେଳେଙ୍କାରୀ ଘଟଣାରେ ଗିରଫ ହେଲେ ସମ୍ପୃକ୍ତ ରସିକିଆ ବାବା ।
ଗିରଫ ହେଲେ ବାବା ମଦନ ମୋହନ ପରିଡ଼ା । ବାବାଙ୍କ ବିରୋଧରେ ଲାଗିଛି ସଙ୍ଗୀନ ଦଫା । ୩୦୩ (୨) ଜୋରି କରିବା , ୨୩୮ (୩୫) ଠକାମୀ, ୬୪ (୨) ବଳାକ୍ରାର, ୬୪(୧) ଇଚ୍ଛା ବିରୁଦ୍ଧରେ ଜୋର ଜବରଦସ୍ତ,୧୧୫ (୨)ହତ୍ୟାଉଦ୍ୟମ ଲାଗିଥିବା ସୂଚନା ।
ବାବା ଆଶ୍ରମ ଅନ୍ତେବାସୀ ମହିଳାଙ୍କୁ ସେବା କରିବା ପାଇଁ ରଖିବା ସହ ତାଙ୍କୁ ବଳାକ୍ରାର, ହତ୍ୟାଧମକ ଦେଇଥିବା ଗତକାଲିପୀଡ଼ିତା ଅଭିଯୋଗ କରିଥିଲେ । ପୀଡ଼ିତା ଆଶ୍ରମ ଭୋଜନାଳୟରେ କାମ କରୁଥିଲେ ।
ସେ ରହୁଥିବା କଠୋରୀରେ ବିଳମ୍ବିତ ରାତିରେ ବାବା ପଶି ତାଙ୍କୁ ଜୋର ଜବରଦସ୍ତ ରେପ୍ କରିଥିବା କୁହାଯାଉଛି । ଏକାଧିକ ମହିଳା ବାବା ବଳାକ୍ରାର କରିଥିବା ସହ ଡରରେ କୌଣସି ମହିଳା ମୁହଁ ଖୋଲୁ ନ ଥିବା ଜଣାପଡ଼ିଛି ।
ଗିରଫ ପରେ ବାବାଙ୍କ ମେଡିକାଲ ଟେଷ୍ଟ କରାଯିବ । ଯାହାପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି କୁହାଯାଉଛି । ଆଶ୍ରମରେ ରହୁଥିବା ଅନ୍ୟ ମହିଳାଙ୍କ ଉପରେ ବାବା ଖରାପ ଦୃଷ୍ଟି ପକାଉଥିବା ଅଭିଯୋଗ ସାମ୍ନାକୁ ଆସିଛି ।
ଢେଙ୍କାନାଳ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଗଠନ ହୋଇ ତଦନ୍ତ ଚଳାଇଛି ।