fbpx

ଆସନ୍ତା ମାସରୁ ମାଗଣା LPG ସିଲିଣ୍ଡର: ୩୭୦୦୦ ପରିବାରଙ୍କୁ ମିଳିବ ଲାଭ

ନୂଆଦିଲ୍ଲୀ: ଦେଶରେ ଏବେ ଦରଦାମ୍ ଆକାଶ ଛୁଆଁ ହେବାରେ ଲାଗିଛି । ଖାଇବା-ପିଇବା ସାମଗ୍ରୀରୁ ନେଇ ପେଟ୍ରୋଲ-ଡିଜେଲ ମହଙ୍ଗା ହୋଇଛି । ସରକାରଙ୍କ ସତ ଚେଷ୍ଟା ପରେ ବି ଏଥିରୁ ମୁକ୍ତି ମିଳିପାରି ନାହିଁ । ରୋଷେଇ ଗ୍ୟାସର ସିଲିଣ୍ଡର ଉପରେ ସବସିଡି ଶେଷ ହେବା ପରେ ଗରିବ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାରି ମଧ୍ୟରେ ଗୋଆ ସରକାର ଗରିବ ଲୋକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ।

ଗୋଆ ସରକାର ଚଳିତ ମାସ ଶେଷ ସୁଦ୍ଧା ଏପରି ଏକ ଯୋଜନା ଲାଗୁ କରିବେ, ଯାହା ଅଧିନରେ ଗରିବ ରେଖା ତଳେ ଥିବା ହଜାର ହାଜର ଲୋକଙ୍କୁ ମାଗଣାରେ ରୋଷେଇ ଗ୍ୟାସ୍ ସିଲିଣ୍ଡର ମିଳିବ । ଏନେଇ ମନ୍ତ୍ରୀ ଗୋବିନ୍ଦ ଗୌଡ଼ ସୂଚନା ଦେଇଛନ୍ତି । ନିକଟରେ ହୋଇଥିବା ବିଧାନସଭା ନିର୍ବାଚନ ସମୟରେ ବିପିଏଲ ପରିବାରରେ ଅନ୍ତଭୂକ୍ତ ଲୋକଙ୍କୁ ମାଗଣା ଏଲପିଜି ସିଲିଣ୍ଡର ଦେବାକୁ ପ୍ରତିଶୃତି ଦେଇଥିଲା ବିଜେପି । ବିଜେପି ଖୁବଶୀଘ୍ର ନିର୍ବାଚନୀ ଦାବି ପୂରଣ କରିବାକୁ ଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।

ନୂଆ କ୍ୟାବିନେଟର ପ୍ରଥମ ବୈଠକରେ ବଡ଼ ନିଷ୍ପତ୍ତି ନେଇ ଗୋଆ ସରକାର କହିଥିଲେ ଯେ, ରାଜ୍ୟର ପ୍ରତ୍ୟେକ ପରିବାରକୁ ୩ଟି ଏଲପିଜି ସିଲିଣ୍ଡରରେ ମାଗଣାରେ ଦିଆଯିବ, ଯେପରି ଭାରତୀୟ ଜନତା ପାର୍ଟି ନିଜ ନିର୍ବାଚନୀ ଇସ୍ତାହାରରେ ପ୍ରତିଶୃତି ଦେଇଥିଲା । ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ନୂଆ କ୍ୟାବିନେଟର ପ୍ରଥମ ବୈଠକର ଅଧ୍ୟକ୍ଷତା କରୁଥିବା ସମୟରେ ଏହାର ଘୋଷଣା କରିଥିଲେ । ତେବେ ପ୍ରମୋଦ ସାୱନ୍ତଙ୍କ କ୍ୟାବିନେଟରେ ମୁଖ୍ୟମନ୍ତ୍ରୀ ଏବଂ ଆଠ ଅନ୍ୟ ମନ୍ତ୍ରୀ ସାମିଲ ଅଛନ୍ତି ।

Get real time updates directly on you device, subscribe now.