fbpx

ତିନିଦିନର ଜେରା ପରେ ବ୍ରେକ୍ ମାଗିଲେ ରାହୁଲ

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡେ ମାମଲାରେ ତିନିଦିନ ଧରି ପ୍ରବର୍ତ୍ତନ ନ୍ୟାୟାଳୟ(ଇଡି)ର ଜେରା ପରେ ଗତକାଲି ଗୋଟିଏ ଦିନ ପାଇଁ ବ୍ରେକ୍ ମାଗିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଏହାପରେ ପୁନର୍ବାର ତାଙ୍କୁ ଶୁକ୍ରବାର ଦିନ ଜେରା କରାଯିବ । ଏହି ବ୍ରେକ୍ ନିଜେ ରାହୁଲ ଯାଞ୍ଚ ଏଜେନ୍ସିକୁ ମାଗିଥିବା ଜଣାପଡିଛି ।

ସୂଚନାଥାଉ କି, ନ୍ୟାସନାଲ ହେରାଲ୍ଡେ ମାମଲାରେ ଦୀର୍ଘ ୩ଦିନ ଧରି ପ୍ରାୟ ୨୨ ଘଣ୍ଟାର ଜେରା କରାଯାଇଥିଲା । ଗତକାଲି ତୃତୀୟ ଦିନରେ ପ୍ରାୟ ୯ଘଣ୍ଟା ଧରି ଜେରା କରିଥିଲା ଇଡି । ଏହି ସମୟରେ ନ୍ୟାସନାଲ ହେରାଲ୍ଡେ ମାମଲାକୁ ନେଇ ରାହୁଲଙ୍କୁ ବହୁ ପ୍ରଶ୍ନ ପଚାରିଥିଲା ଇଡି । ଏହି ଜେରା ସମୟରେ ଅଡିଓ, ଭିଡିଓ ସହ ଲିଖିତ ଆକାରରେ ରାହୁଲଙ୍କ ସମସ୍ତ ଉତ୍ତରକୁ ରେକର୍ଡ କରାଯାଉଥିଲା ।

ଗତ ତିନିଦିନ ଧରି ପ୍ରାୟ ୩୦ ଘଣ୍ଟାରୁ ଅଧିକ ସମୟ ରାହୁଲଙ୍କୁ ଜେରା କରାଯାଇସାରିଛି । ଏହାପରେ ଶୁକ୍ରବାର ମଧ୍ୟ ଚତୁର୍ଥ ପାଳିରେ ଜେରା ହେବେ ରାହୁଲ । ଏହାବ୍ୟତୀତ ଏହି ମାମଲାକୁ ନେଇ ରାହୁଲଙ୍କ ମା’ ତଥା କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଜେରା କରିବ ଇଡି । ଏବେ ସୋନିଆ କରୋନାରେ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । କରୋନାରୁ ସୁସ୍ଥ ହେଲେ ତାଙ୍କୁ ମଧ୍ୟ ଜେରା କରିବ ଇଡି ।

Get real time updates directly on you device, subscribe now.