fbpx

ଫ୍ଲାଇଟରେ ଆରମ୍ଭ ହେବ ମାଗଣା WiFi ସେବା ! ଜାଣନ୍ତୁ କେଉଁ ଫ୍ଲାଇଟରେ ଯାତ୍ରୀଙ୍କୁ ମିଳୁଛି ଏହି ସୁବିଧା

ନୂଆଦିଲ୍ଲୀ: ଟାଟା ଏବଂ ସିଙ୍ଗାପୁର ଏୟାରଲାଇନ୍ସର ଜଏଣ୍ଟ ଭେନ୍‌ଚର ଏୟାରଲାଇନ୍ସ Vistara ଏହାର ସମସ୍ତ ଯାତ୍ରୀଙ୍କୁ ମାଗଣା WiFi ସେବା ପ୍ରଦାନ କରିବ । Vistara ଏହାର ଆନ୍ତର୍ଜାତୀୟ ଉଡ଼ାଣ ପାଇଁ ଯାତ୍ରୀଙ୍କୁ ମାତ୍ର ୨୦ ମିନିଟ୍ ପାଇଁ ମାଗଣା WiFi ସେବା ପ୍ରଦାନ କରିବ । ଯାତ୍ରୀ ଜଣଙ୍କ ଯେକୌଣସି ସିଟରେ ବସିଥିଲେ ମଧ୍ୟ ଏହି ସେବାର ଲାଭ ଉଠାଇପାରିବେ । ଏହା ବ୍ୟତୀତ ଯାତ୍ରୀ ନିର୍ଦ୍ଧାରିତ ସମୟ ସୀମାରୁ ଅଧିକ ସମୟ ପର୍ଯ୍ୟନ୍ତ ଇଣ୍ଟରନେଟ ବ୍ୟବହାର କରିବାକୁ ଚାହୁଁଥିଲେ ଭାରତୀୟ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ଼ ଦେଇ ଅଧିକ ସମୟ କ୍ରୟ କରିପାରିବେ ।

ଭିସ୍ତାରା ଏୟାରଲାଇନ୍ସର ଏହି ସୁବିଧା କେବଳ ବୋଇଂ 787-9 ଡ୍ରିମଲାଇନର ଏବଂ A321neo ବିମାନ ପାଇଁ ଉପଲବ୍ଧ । ଫ୍ରି ୱାଇଫାଇ ବ୍ୟବହାର କରିବା ପରେ ଯାତ୍ରୀ ଅତିରିକ୍ତ ସମୟ କ୍ରୟ କରିବାକୁ ଚାହୁଁଥିଲେ ସେମାନଙ୍କ ଇମେଲରେ ପାସୱାର୍ଡ଼ ଉପଲବବ୍ଧ ହେବ । ଭିସ୍ତାରା ସିଇଓ ଦୀପକ ରଜାୱତ କହିଛନ୍ତି, ‘ଆମର ବିଶ୍ୱାସ କି ଯାତ୍ରୀଙ୍କୁ ଏହି ସୁବିଧା ପସନ୍ଦ ଆସିବ । ଏହା ଦ୍ୱାରା ଯାତ୍ରା ଆହୁରି ମଜାଳିଆ, ପ୍ରଡକ୍ଟିଭ୍ ଏବଂ ଶାନଦାର ହେବ ।’ କହିରଖୁଛୁ ଏହା ବ୍ୟତୀତ ବିଜନେସ୍ କ୍ଲାସ୍ ଏବଂ ପ୍ଲାଟିନମ୍ କ୍ଲବ୍ ଭିସ୍ତାରା ସଦସ୍ୟଙ୍କୁ 50MBର କମ୍ପ୍ଲିମେଣ୍ଟାରୀ ୱାଇଫାଇ ସେବା ମିଳିବ । ଭିସ୍ତାରା କହିବାନୁଯାୟୀ ଅତିରିକ୍ତ ଇଣ୍ଟରନେଟ ସେବା ବ୍ୟବହାର କରିବାକୁ ଚାହୁଁଥିବା ଯାତ୍ରୀ(ଯେଉଁମାନେ ଭିସ୍ତାରାର ସଦସ୍ୟ ନୁହେଁ)ଙ୍କୁ ହ୍ୱାଟ୍ସଆପ୍ ଭଳି ମେସେଜିଂ ଆପ୍ ପାଇଁ ଅନଲିମିଟେଡ୍ ଡାଟା ପାଇଁ ୩୭୨.୭୪ ଟଙ୍କା ସହ ଜିଏସଟି ଦେବାକୁ ପଡ଼ିବ । ସେହିପରି ଇଣ୍ଟରନେଟ୍ ସର୍ଫିଙ୍ଗ୍ ପାଇଁ ୧୫୭୭.୫୪ ପ୍ଲସ୍ ଜିଏସଟି(ସୋସିଆଲ ମିଡିଆ, ୱେବସାଇଟରେ ଅଡିଓ ଏବଂ ଭିଡିଓ ସାମିଲ ରହିଛି)ଦେବାକୁ ପଡ଼ିବ । ଏହା ସହ ସମସ୍ତ ଷ୍ଟ୍ରିମିଂ ପ୍ରୋଟୋକଲକୁ ଅନୁମତି ପ୍ରଦାନ କରୁଥିବା ଅନଲିମିଟେଡ୍ ଡାଟା ପାଇଁ ୨୭୦୭.୦୪ ପ୍ଲସ୍ ଜିଏସଟି ଦେବାକୁ ପଡ଼ିବ । ସେହିପରି ଯାତ୍ରୀ ଜଣଙ୍କ ପ୍ରିପେଡ୍ ଡାଟା ପ୍ଲାନ୍ ବ୍ୟବହାର କରିବାକୁ ଚାହୁଁଥିଲେ ‘ଡାଟା ଲିମିଟ୍‌’ ଫିଚର ମୋଡ୍ ଅନ୍ ରଖିବା ଉତ୍ତମ ବିକଳ୍ପ ଅଟେ ।

Get real time updates directly on you device, subscribe now.