fbpx

ଏତିକି ଟଙ୍କା ନିଅନ୍ତି ‘ତାରକ ମେହେତା କେ ଉଲଟା ଚଷମା’ର ପୁରା ଷ୍ଟାରକାଷ୍ଟ: ଜେଠାଲାଲଙ୍କ ଦରମା ଆପଣଙ୍କ ହୋଶ ଉଡେଇଦେବ

Advertisement

ନୂଆଦିଲ୍ଲୀ: ତାରକ ମେହେଟ୍ଟା କେ ଉଲଟା ଚଷମା ବିଗତ ଏକ ଦଶନ୍ଧି ଧରି ଦର୍ଶକଙ୍କର ପ୍ରିୟ ରହିଛି । ଏହି ଶୋକୁ କିଛି ଲୋକ ସମାଲୋଚନା କରୁଥିଲେ ମଧ୍ୟ ଏହାର ଏକ ଫ୍ୟାନବେସ୍ ରହିଛି । ଏହି ଶୋଟି ପ୍ରାୟ ୧୦ ବର୍ଷ ଧରି ନିୟମିତ ଜାରି ରହିଛି । ଶୋରେ କାମ କରୁଥିବା ଏକାଧିକ ଚରିତ୍ର ଦର୍ଶକଙ୍କ ବେଶ ପ୍ରିୟ ରହିଛି । ଗୋକୁଳଧାମ ସୋସାଇଟିରେ ନଜର ଆସୁଥିବା ଏହି ଚରିତ୍ର ଗୁଡିକ କେତେ ପଇସା ଆୟ କରିଥାନ୍ତି ଏହାକୁ ସମସ୍ତେ ଉତ୍ସାହିତ ।

ଦିଲ୍ଲୀପ ଯୋଶୀ ଆକା ଜେଠା ଲାଲ୍: ଜେଠା ଲାଲ ଚରିତ୍ରରେ ନଜର ଆସୁଥିବା ଦିଲ୍ଲୀପ ଯୋଶୀ ବେଶ ପ୍ରସିଦ୍ଧ । କେବଳ ନିଜ ଆକ୍ଟିଂ ନୁହେଁ ବରଂ ମିମ ଦୁନିଆରେ ମଧ୍ୟ ଦିଲ୍ଲୀପ ବେଶ ପରିଚିତ । ଏପରିକି ଦିଲ୍ଲୀପ ଏହି ଶୋ ପାଇଁ ପ୍ରତି ଏପିଶୋଡ ପିଛା ୧.୫ ଲକ୍ଷ ଟଙ୍କା ନେଇଥାନ୍ତି ।

 

View this post on Instagram

 

A post shared by Dilip Joshi (@maakasamdilipjoshi)

ଦିଶା ଭକାନୀ ଆକା ଦୟା ବେନ୍: ଏହି ଶୋରେ ଦୟା ବେନଙ୍କ ଚରିତ୍ର ଜେଠାଲାଲଙ୍କ ପରି ସମାନ ଭାବରେ ଲୋକପ୍ରିୟ । ଜେଠା ଲାଲଙ୍କ ସହିତ ନିଜର କେମିଷ୍ଟ୍ରି ପାଇଁ ଦିଶା ଭକାନୀ ବେଶ ପରିଚିତ । ଦିଶା ପ୍ରତି ଏପିଶୋଡ ପିଛା ୧.୫ ଲକ୍ଷ ଟଙ୍କା ଚାର୍ଜ କରନ୍ତି ।

 

View this post on Instagram

 

A post shared by Disha Vakani (@disha.vakani)

ଶୈଳେସ ଲୋଧା ଆକା ତାରକ ମେହେଟ୍ଟା: ଶୋର ମୁଖ୍ୟ ଚରିତ୍ରରେ ନଜର ଆସିଥାନ୍ତି ଶୈଳେସ ଲୋଧା । ଶୈଳେସ ଜଣେ ଅଭିନେତା ବ୍ୟତିତ ଜଣେ କବି, କମେଡିଆନ ଓ ଲେଖକ । ଶୈଳେସ୍ ପ୍ରତି ଏପିଶୋଡ୍ ପିଛା ୧ ଲକ୍ଷ ଟଙ୍କା ଚାର୍ଜ କରିଥାନ୍ତି ।

 

View this post on Instagram

 

A post shared by Shailesh Lodha (@iamshaileshlodha)

ମୁନମୁନ୍ ଦତ୍ତ ଆକା ବବିତାଜୀ: ଏହି ଶୋର ହଟ୍ ସାଇରନ୍ ମୁନମୁନ୍ ଦତ୍ତଙ୍କୁ ସବୁ ବର୍ଗର ଦର୍ଶକ ପସନ୍ଦ କରିଥାନ୍ତି । ଜେଠାଲାଲ ବବିତାଙ୍କୁ ପସନ୍ଦ କରୁଥିବା ବେଳେ ମୁନମୁନ୍ ଦତ୍ତ ଏହି ଶୋରେ କ୍ରିଷ୍ଣନ୍ ସୁବ୍ରମଣ୍ୟମ ଆୟାରଙ୍କୁ ବିବାହ କରିଛନ୍ତି । ମୁନମୁନ ଦତ୍ତ ପ୍ରତି ଏପିଶୋଡ ପିଛା ୩୫ ହଜାରରୁ ୫୦ ହଜାର ଟଙ୍କା ନେଇଥାନ୍ତି ।

ଅମିତ ଭଟ୍ଟ ଆକା ନଟ୍ଟୁ କାକା: ଅମିତ ଭଟ୍ଟ ଯିଏକି ନଟ୍ଟୁ କାକା ଚରିତ୍ରରେ ନଜର ଆସନ୍ତି ବାସ୍ତବରେ ଅତ୍ୟନ୍ତ କମ ବୟସର ଅଟନ୍ତି । ନଟ୍ଟୁ କାକା ଏପିଶୋଡ ପିଛା ୭୦ ହଜାରରୁ ୮୦ ହଜାର ଟଙ୍କା ଚାର୍ଜ କରିଥାନ୍ତି ।

 

View this post on Instagram

 

A post shared by Shyam Pathak (@shyampathak01)

 

View this post on Instagram

 

A post shared by Shyam Pathak (@shyampathak01)

ଶ୍ୟାମ ପାଠକ ଆକା ପୋପଟ ଲାଲ: ମେ ରିପୋର୍ଟର ତୁମ†ାରା ଦୁନିୟା ହିଲା ଦୁଙ୍ଗା । ଏହି ଡାଏଲଗଟି ବେଶ ପପୁଲାର ହୋଇଥିବା ବେଳେ ପୋପଟ ଲାଲ ଚରିତ୍ରରେ କାମ କରୁଥିବା ପ୍ରତି ଏପିଶୋଡ ପିଛା ୬୦ ହଜାର ଟଙ୍କା ଆୟ କରିଥାନ୍ତି ।

 

View this post on Instagram

 

A post shared by Shyam Pathak (@shyampathak01)

ତନୁଜ ମହାଶବ୍ଦେ ଆକା କ୍ରିଷ୍ଣନ ଆୟାର: ତନୁଜ ମହାଶବ୍ଦେ ଏହି ଶୋରେ କ୍ରିଷ୍ଣନ ଆୟର ଚରିତ୍ରରେ ନଜର ଆସିଛନ୍ତି । ବବିତାଙ୍କ ସ୍ୱାମୀ ଚରିତ୍ରରେ ନଜର ଆସୁଥିବା ତନୁଜ ଏପିଶୋଡ ପିଛା ୬୫ ହଜାରରୁ ୮୦ ହଜାର ଟଙ୍କା ଚାର୍ଜ କରିଥାନ୍ତି ।

 

View this post on Instagram

 

A post shared by Tanuj Mahashabde (@tan_mahashabde)

ରାଜ ଅନାଦକାତ ଆକା ଟପୁ: ଜେଠାଲାଲ ଓ ଦୟା ବେନଙ୍କ ପୁଅ ଟପୁ ଏହି ଶୋରେ ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ନଜର ଆସନ୍ତି । ଟପୁ ଚରିତ୍ରରେ ନଜର ଆସୁଥିବା ରାଜ ଅନାଦକାତ ପ୍ରତି ଏପିଶୋଡ ପିଛା ୧୦ରୁ ୨୦ ହଜାର ଟଙ୍କା ଚାର୍ଜ କରିଥାନ୍ତି । ଏହାୂ ସହିତ ଟପୁ ସେନା ପ୍ରତି ଏପିଶୋଡ ପିଛା ୮-୧୦ ହଜାର ଟଙ୍କା ଆୟ କରିଥାନ୍ତି ।

 

View this post on Instagram

 

A post shared by Raj Anadkat (@raj_anadkat)

Get real time updates directly on you device, subscribe now.