ବାଲେଶ୍ୱର ଓ ବଳଙ୍ଗା ଘଟଣା, ଖୋଲାରେ ନୁହେଁ ଏଣିକି କେବଳ ଗାଡ଼ିରେ ଭରାଯିବ ପେଟ୍ରୋଲ୍
ବାଲେଶ୍ୱର ଓ ବଳଙ୍ଗା ଘଟଣା ପରେ ପେଟ୍ରୋଲିୟମ୍ ଡିଲରସ୍ ଆସୋସିଏସନ ଏକ ବଡ଼ ନିଷ୍ପତ୍ତି ।
ଭୁବନେଶ୍ବର: ବାଲେଶ୍ବର ଘଟଣା ମନରୁ ନଲିଭୁଣି ଏବେ ପୁଣି ବଳଙ୍ଗା ଘଟଣା ଚର୍ଚ୍ଚାର ବିଷୟ ସାଜିଛି । ବାଲେଶ୍ୱର ଓ ବଳଙ୍ଗା ଘଟଣା ପରେ ପେଟ୍ରୋଲିୟମ୍ ଡିଲରସ୍ ଆସୋସିଏସନ ଏକ ବଡ଼ ନିଷ୍ପତ୍ତି ନେଇଛି ।
ଆସନ୍ତାକାଲିଠାରୁ ଆଉ ଖୋଲାରେ ଦିଆଯିବ ନାହିଁ ପେଟ୍ରୋଲ୍ । ପେଟ୍ରୋଲ୍ ପମ୍ପରେ କେବଳ ଗାଡ଼ିରେ ଭରାଯିବ ପେଟ୍ରୋଲ୍ । ଯଦି କୌଣସି ବ୍ୟକ୍ତି ବୋତଲ କିମ୍ବା ଅନ୍ୟ କୌଣସି ଜିନିଷ ନେଇ ପେଟ୍ରୋଲ ମାଗେ ତେବେ ଦିଆଯିବ ନାହିଁ ବୋଲି କୁହାଯାଇଛି ।
ପେଟ୍ରୋଲିୟମ୍ ଡିଲରସ୍ ଆସୋସିଏସନ ସଭାପତି ଶଶାଙ୍କ ଶେଖର ସାହୁ ଏନେଇ ସୂଚନା ଦେଇଛନ୍ତି । ନିୟମ ଥିଲେ ମଧ୍ୟ ପେଟ୍ରୋଲ୍ ପମ୍ପରେ ଏହା ପାଳନ ହେଉନଥିଲା । ବର୍ତ୍ତମାନ ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ସେ କହିଛନ୍ତି । ପେଟ୍ରୋଲିୟମ୍ ଡିଲରସ୍ ଆସୋସିଏସନର ନିଷ୍ପତ୍ତି କେତେ ଦୂର କାର୍ଯ୍ୟକାରୀ ହେବ ତାହା ଦେଖିବା ବାକି ରହିଲା ।